ଆଜି ବିଶ୍ୱ କୁଷ୍ଠ ଦିବସ

କୁଷ୍ଠ ଏକ ଦୀର୍ଘ ସ୍ଥାୟୀ ରୋଗ ଯାହାକୁ ଇଂରାଜୀରେ ଲେପ୍ରୋସି ବା ହାନସେନ୍ ରୋଗ କହନ୍ତି । ମାଇକୋବ୍ୟାକ୍ଟେରିଅମ ଲେପ୍ରି (Mycobacterium leprae) ଓ ମାଇକୋବ୍ୟାକ୍ଟେରିଅମ ଲେପ୍ରୋମାଟୋସିସ (Mycobacterium lepromatosis) ନାମକ ଦୁଇ ପ୍ରକାର ବ୍ୟାକ୍ଟେରିଆଦ୍ୱାରା ଏହି ରୋଗ ହୁଏ । ଏହି ରୋଗ ପ୍ରାରମ୍ଭରେ ଆଦୌ ଲକ୍ଷଣଯୁକ୍ତ ହୁଏ ନାହିଁ ଓ ୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ବିନା ଲକ୍ଷଣରେ ରହିପାରେ । ପ୍ରତି ୧୦୦-୨୦୦ ଲୋକଙ୍କ ମଧ୍ୟରେ ଜଣେ ବା ଦୁଇଜଣ କୁଷ୍ଟରୋଗରେ ଆକ୍ରାନ୍ତ ହେବାର ଦେଖିବାକୁ ମିଳେ । ଏକ ଛୋଟ ଜୀବାଣୁ ଦ୍ଵାରା କୁଷ୍ଠରୋଗ ହୋଇଥାଏ । ଏହାକୁ କୁଷ୍ଠ ରୋଗ ଜୀବାଣୁ କୁହାଯାଏ । ସ୍ନାୟୁ, ଚର୍ମ, ଶ୍ୱାସ ନଳୀ, ଚକ୍ଷୁ ଇତ୍ୟାଦିରେ ଏହି ରୋଗ ଗ୍ରାନୁଲୋମା ଆକାରରେ ଦେଖାଯାଏ । ରୋଗ ପ୍ରଭାବିତ ସ୍ଥାନରେ କୌଣସି ପେନ୍ ବା ଯନ୍ତ୍ରଣା ହୁଏ ନାହିଁ, ଏଣୁ ଉର୍ଦ୍ଧ୍ୱ ଓ ନିମ୍ନ ଅବୟବର ପ୍ରାନ୍ତ ଭାଗ (ପାଦ ଓ ହାତର ଆଙ୍ଗୁଠି) କ୍ଷୟ ହୋଇଯାଏ । ଦୁର୍ବଳ ଲାଗେ ଓ ଦୃଷ୍ଟିଶକ୍ତି କମିଯାଏ ।କୁଷ୍ଠ ରୋଗ ନିରାକରଣ ନେଇ ବିଶ୍ବବ୍ୟାପୀ ସଚେତନତା କରାଯାଉଛି ।ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାରକୁ ‘ବିଶ୍ବ କୁଷ୍ଠ ରୋଗ ଦିବସ’ ଭାବେ ପାଳନ କରାଯାଇଆସୁଛି ।କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ସାଜିଛି କୁଷ୍ଠ ରୋଗ । କୁଷ୍ଠ ରୋଗ ଏକ ସଂକ୍ରାମକ ରୋଗ ହୋଇଥିବାବେଳେ ଅନେକ ଲୋକ ଏହାକୁ ଘୃଣା କରିଥାନ୍ତି। ଫଳରେ ଏହି ରୋଗରେ ଶିକାର ହୋଇଥିବା ରୋଗୀଙ୍କୁ ସାମାଜିକ ବାସନ୍ଦ ହେବାକୁ ମଧ୍ୟ ପଡ଼ିଥାଏ । ବର୍ଷ ବର୍ଷ ଧରି ଅନେକ ସରକାରୀ ଓ ବେସରକାରୀ ସଂଗଠନ ତରଫରୁ ସଚେତନତା କରାଯାଇଆସୁଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ତେବେ ପଶିବ୍ୟାସିଲାରି କୁଷ୍ଠରେ ଡାପସୋନ୍ ଓ ରିଫାମ୍ପିସିନ୍ ବଟିକା ୬ ମାସ ପର୍ୟ୍ୟନ୍ତ ଦିଆଯାଏ । କୁଷ୍ଠରେ ରିଫାମ୍ପିସିନ୍, ଡାପସୋନ୍ ଓ କ୍ଳୋଫାଜିମିନ ୧୨ ମାସ ପର୍ଯ୍ୟନ୍ତ ଦିଆଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ଏହି ଔଷଧ ମାଗଣାରେ ବିତରଣ କରାଯାଏ । ଆହୁରି ଅନେକ ଆଣ୍ଟିବାୟୋଟିକ ମଧ୍ୟ ବ୍ୟବହାର କରାଯାଏ । ୧୯୮୦ ମସିହାରେ ଥିବା ୫.୨ ନିୟୁତ ରୋଗୀ ଥିଲେ ଓ ଏହି ସଂଖ୍ୟା କମିଯାଇ ୨୦୧୨ ମସିହାରେ ପୃଥିବୀରେ ୧,୮୯,୦୦୦ ଦୀର୍ଘସ୍ଥାୟୀ କୁଷ୍ଠ ରୋଗୀ ଥିଲେ ଓ ୨,୩୦,୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିଲେ । କେବଳ ଭାରତରେ ଏହାର ଅର୍ଦ୍ଧେକ ସଂଖ୍ୟକ ରୋଗୀ ଥାଆନ୍ତି । ବିଗତ ୨୦ ବର୍ଷରେ ୧୬ ନିୟୁତ ରୋଗୀ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି ।

You might also like