ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁମନ୍ତ୍ର
ପରୀକ୍ଷୀ ପୂର୍ବରୁ ପିଏମ୍ ଦେଲେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ୯ମ ସଂସ୍କରଣ । ପରୀକ୍ଷା ପେ ଚର୍ଚ୍ଚାର ନବମ ତମ ସଂସ୍କରଣରେ ଏକ ମନ୍ତ୍ର ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟୟନ ବିଷୟରେ କହିଛନ୍ତି, “ପ୍ରଥମେ ତୁମର ମନକୁ ବିକଶିତ କର, ତାପରେ ତୁମର ମନକୁ ନିୟୋଜିତ କର, ତାପରେ ତୁମେ ଯାହା ପଢିବାକୁ ଚାହୁଁଛ ତାହା ରଖ। ଏହା କରି, ତୁମେ ସମସ୍ତ ଛାତ୍ର ସର୍ବଦା ସଫଳ ହେବ।” ସେ ଏହା ମଧ୍ୟ କହିଥିଲେ ଯେ ଆମର ଲକ୍ଷ୍ୟ ଏପରି କିଛି ହେବା ଉଚିତ ଯାହା ପାଖରେ ଥିବ, କିନ୍ତୁ ବୁଝିବା ଭିତରେ ନୁହେଁ।ଏହାସହ ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ଗଢିବାକୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ବି ଦେଇଛନ୍ତି । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ ।
ଏଥର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଅଲଗା ଅଲଗା ରାଜ୍ୟର ପିଲା । ଖାସ୍ କରି ଗୁଜରାଟ ଦେବମୋଗରା, ତାମିଲନାଡୁ ର କୋଏମ୍ୱାଟୁର୍, ଛତିଶଗଡର ରାୟପୁର, ଆସାମାର ଗୌହାଟୀର ପିଲାମାନେ ଏଥର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ହୋଇଥିଲା ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ।