ପୁରୀ ସମୁଦ୍ର କୂଳରେ ବିଚରଣ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଜୀବନ୍ତ ଶାମୁକା
ପୁରୀ ସମୁଦ୍ର କୂଳରେ ବିଚରଣ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଜୀବନ୍ତ ଶାମୁକା। ରାତିରେ ଦଳ ଦଳ ହୋଇ କୂଳକୁ ଆସୁଛନ୍ତି ଓ ବାଲିରେ ବିଚରଣ କରି ସୂର୍ଯ୍ୟ ଉଦୟର ଘଣ୍ଟାଏ କି ଦୁଇ ଘଣ୍ଟା ଭିତରେ ପୁଣି ସମୁଦ୍ର ଭିତରକୁ ଚାଲି ଯାଉଛନ୍ତି।। ତେବେ ଏହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଦୃତ ଭାବରେ ଭାଇରାଲ ହେବାରେ ଲାଗିଛି।ପୁରୀ ନିଳାଦ୍ରୀ ସି-ବିଚ୍ ସହ ବ୍ଲୁ ଫ୍ଲାଗ୍ ବିଚ୍ ରେ ଗତ କିଛି ଦିନ ହେଲା ଏଭଳି ହଜାର ହଜାର ସଂଖ୍ୟାରେ ଜୀବନ ଶାମୁକାଙ୍କୁ ଦେଖି ଆମୋଦିତ ହେଉଛନ୍ତି ପର୍ଯ୍ୟଟକ। ପୂର୍ବରୁ କେବେ ପୁରୀ ବେଳାଭୂମୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁନଥିଲା, ତେବେ ଏତେସଂଖ୍ୟାରେ ଶାମୁକା ଗଭୀର ସମୁଦ୍ର ଛାଡ଼ି କୂଳକୁ ଆସିବା ଜଳବାୟୁ ପରିବର୍ତ୍ତନର କାରଣ ନା ଅନ୍ୟ କିଛି ତାହା ଜଣାପଡ଼ିନି।
ଏଥିସହିତ ବେଳାଭୂମିରେ ନିୟୋଜିତ ଥିବା ଲାଇଫଗାର୍ଡ ମାନେ ମଧ୍ୟ ଏହି ପ୍ରାଣୀମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେଉଥିବା କୁହାଯାଉଛି।