ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି

ରାଜ୍ୟକାହାଣୀ ( ଭୁବନେଶ୍ୱର )ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍‌ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩୨ରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ୫ ବାଘ ଅଧିକ ବଢ଼ିଛନ୍ତି। ସେହିପରି ଶିମିଳିପାଳରେ ୯ଟି ଛୋଟ ବାଘ ଥିବା ଗତ ୨ ମାସତଳେ ହୋଇଥିବା ସର୍ଭେରୁ ଜଣାପଡିଛି | ଯଦିଓ ବ୍ୟାଘ୍ର ଗଣନା ତଥ୍ୟ ଅନୁଯାୟୀ, ବ୍ୟାଘ୍ର ସର୍ଭେ ରିପୋର୍ଟ ୨୦୨୬ ଜୁନ୍ ମାସରେ ଆସିବ ହେଲେ ବନ ବିଭାଗର ପର୍ଯ୍ୟାୟ କ୍ରମେ କରାଯାଉଥିବା ଆଭ୍ୟନ୍ତରୀଣ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା କହିଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା ।ଓଡ଼ିଶାରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହେବା ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସର ସଫଳତାକୁ ପ୍ରତିଫଳିତ କରୁଛି।
ଭାରତରେ ବାଘଙ୍କ ସଂଖ୍ୟା ୨୦୦୬ରୁ ୨୦୧୮ ମଧ୍ୟରେ ୩୦% ବୃଦ୍ଧି ପାଇଛି। ଏହା ୭୫% ବିଶ୍ୱ ବାଘଙ୍କୁ ଧାରଣ କରୁଥିବା ଭାରତର ସଫଳତାର ଭାଗ।

You might also like