ଆସିଗଲା ଏଲ୍‌-ନିନୋ : ମରୁଡ଼ି, ବନ୍ୟା ,ଭୟଙ୍କର ମହାବିନାଶ! 

ଚଳିତ ବର୍ଷ ଓ ଆସନ୍ତା ବର୍ଷର ପାଣିପାଗ ସ୍ଥିତି ପ୍ରାଣଘାତକ ହେବ । ମୌସୁମୀ ବର୍ଷ କମିବ । ଶୀତ ଦିନେ ଶୀତ ଗାଏବ୍‌ ହୋଇଯିବ । ଆସନ୍ତା ଗ୍ରୀଷ୍ମ ଋତୁ ଜନଜୀବନ ପାଇଁ ବେଶ୍‌ ଭୟଙ୍କର ପ୍ରାମାଣିତ ହେବ । କାରଣ ପ୍ରଶାନ୍ତ ମହାସାଗରରେ ସକ୍ରିୟ ହୋଇଛି ଜଳବାୟୁ ପ୍ରକ୍ରିୟା ‘ଏଲନିନୋ’ । ଏହା ବିଷୁବରେଖୀୟ ପ୍ରଶାନ୍ତ ମହାସାଗରର ପାଣି ଅସ୍ବାଭାବିକ ଭାବେ ଗରମ ହେବା ସହ ଜଡ଼ିତ ଏକ ପ୍ରାକୃତିକ ଜଳବାୟୁଗତ ଘଟଣା ଅଟେ। ଅଲ ନିନୋର ସକ୍ରିୟତା କାରଣରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବର୍ଷା, ତାପମାତ୍ରା ଏବଂ ପବନର ଶୈଳୀ ପ୍ରଭାବିତ ହୋଇଥାଏ।ଅଲ ନିନୋ ଭାରତୀୟ ମୌସୁମୀକୁ ଦୁର୍ବଳ କରିପାରେ, ଯାହାଦ୍ୱାରା ଭାରତ ଏବଂ ଏହାର ଆଖପାଖ ଅଞ୍ଚଳରେ ସାଧାରଣଠାରୁ କମ ବର୍ଷା ଏବଂ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ବଢ଼ିଯାଏ। ଏହାର ପ୍ରଭାବରେ ସାରା ବିଶ୍ୱରେ ପ୍ରଚଣ୍ଡ ଗରମ ଏବଂ ଗ୍ରୀଷ୍ମ ପ୍ରବାହ (Heatwave) ର ପ୍ରକୋପ ବଢ଼ିପାରେ। ତେବେ ନଭେମ୍ବରରୁ ଜାନୁଆରି ମାସ ମଧ୍ୟରେ ଅତ୍ୟନ୍ତ ଶକ୍ତିଶାଳୀ ଏଲ୍ ନିନୋ ଘଟଣା ଘଟିବାର ୬୩% ସମ୍ଭାବନା ରହିଛି । ଯାହା ୧୯୫୦ ମସିହାରୁ ଆରମ୍ଭ ହୋଇଥିବା ଏଲ୍‌ନିନୋ ସ୍ଥିତିଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଶକ୍ତିଶାଳୀ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି । ପାଣିପାଗ ବିଶେଷଜ୍ଞଙ୍କ ଆଶଙ୍କା ଏଲ୍-ନିନୋ ଯୋଗୁ ଏଥର ମୌସୁମୀ ପ୍ରକ୍ରିୟା ପୂରା ବିଗିଡ଼ି ଯାଇପାରେ । ଅନିୟମିତ ହେବ ବର୍ଷା । କେତେବେଳେ ପ୍ରବଳ, କେତେବେଳେ ଶୁଖିଯିବ । ମଝିରେ ମଝିରେ ଗାଏବ ହୋଇଯିବ ମୌସୁମୀ । ଓଡ଼ିଶା ସମେତ ସାରା ଭାରତରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଚଳିତବର୍ଷ ଓଡ଼ିଶାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିବା ଆକଳନ କରାଯାଇଥିବାବେଳେ ଜୁନ୍ ବର୍ଷା ଅଭାବ ରହିପାରେ । ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ ୪୨% ବର୍ଷା ନିଅଣ୍ଟିଆ ଅଛି ।ନୟାଗଡ଼କୁ ଛାଡ଼ିଦେଲେ ମୋଟାମୋଟି ସବୁଠି ବର୍ଷା କମ୍ ରହିଛି ।

You might also like