ଆଜି ଶ୍ରୀମନ୍ଦିରରେ ବିଜୟା ଦଶମୀ, ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ପବିତ୍ର ବିଜୟାଦଶମୀ, ଅସତ୍ୟ ଉପରେ ସତ୍ୟର ବିଜୟକୁ ନେଇ ଏ ମହାପର୍ବ । ମହାମାୟୀ ମା’ ଦୁର୍ଗା ଆଜିର ଦିନରେ ମହିଷାସୁରକୁ ବଧ କରି ଧରାଧାମକୁ ପାପଭାରରୁ ମୁକ୍ତି କରିଥିଲେ । ସେହିପରି ତ୍ରେତୟା ଯୁଗରେ ଆଜିର ଦିନରେ ମା ଦୁର୍ଗାଙ୍କ ଆର୍ଶୀବାଦ ନେଇ ପ୍ରଭୁ ଶ୍ରୀରାମ ଦଶାନନ ରାବଣର ବଧ କରିଥିଲେ । ତେଣୁ ଶ୍ରୀମନ୍ଦିରରେ ପବିତ୍ର ଦଶହରା ବା ବିଜୟା ଦଶମୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା ସହ ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ଅନୁଷ୍ଠିତ ସୁନାବେଶ ଅନୁଷ୍ଠିତ ହୋଇଥାଏ।ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିଥାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ମହାର୍ଘ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି।

You might also like