ଦୀପାବଳି ଓ ଛଟ୍ ପୂଜା ପ୍ରସ୍ତୁତି ମଧ୍ୟରେ ମହଙ୍ଗା ହେଲା ଚିନି
ଦୀପାବଳି ଓ ଛଟ୍ ପୂଜା ପ୍ରସ୍ତୁତି ମଧ୍ୟରେ ବଢ଼ାଇଛି ଚିନି ଦର । ସରକାରଙ୍କ ପକ୍ଷରୁ ଯୋଗାଣ ସ୍ୱାଭାବିକ ରଖିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଗତ ଏକ ମାସ ମଧ୍ୟରେ କିଲୋ ପିଛା ଚିନି ଦର ୪ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ଦେଶରେ ଚିନିର ହାରାହାରି ଖୁଚୁରା ଦର ଏବେ କିଲୋ ପିଛା ୫୯.୫୦ ଟଙ୍କାରେ ପହଞ୍ଚିଛି ।ବଜାରରେ ଚିନିର ପର୍ଯ୍ୟାପ୍ତ ଷ୍ଟକ୍ ରଖିବା ପାଇଁ ସରକାର ଷ୍ଟକ୍ ଲିମିଟ୍ ଧାର୍ଯ୍ୟ କରିବା ସହ ଆମଦାନୀର ବିକଳ୍ପ ଉପରେ ବିଚାର କରିଛନ୍ତି । ଏହାସହ ଆଖୁ ପେଡ଼ା ଋତୁ ମଧ୍ୟ ଆଗୁଆ ଆରମ୍ଭ କରାଯାଇଛି । ତଥାପି ଚିନି ଦର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଚିନି ଗ୍ରାହକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ମଧ୍ୟ ରହିଛି । ଦେଶରେ ଚିନି ଯୋଗାଣ ବୃଦ୍ଧି କରିବା ଲକ୍ଷ୍ୟରେ ୨୦୨୬-୨୭ ନୂଆ ଆଖୁ ପେଡ଼ା ଋତୁ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହୋଇଛି । ନ୍ୟାସନାଲ ଫେଡେରେସନ୍ ଅଫ୍ କୋଅପରେଟିଭ୍ ସୁଗାର ଫ୍ୟାକ୍ଟ୍ରିଜ୍ ଲିମିଟେଡ୍ (NFCSF) ଅନୁସାରେ, ୨୦୨୬ ଅକ୍ଟୋବର ୩୦ ସୁଦ୍ଧା ଦେଶର ୧୫୨ଟି ଚିନି କଳରେ ଉତ୍ପାଦନ ଆରମ୍ଭ ହୋଇସାରିଛି । ନୂଆ ଋତୁର ପ୍ରଥମ ମାସରେ ପ୍ରାୟ ୮.୪୫ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଛି ।