ଭାରତକୁ ବିପଦରେ ପକାଇଛି ସୌର ଝଡ଼। ୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼

ସୂର୍ଯ୍ୟରେ ବଡ଼ ହଲଚଲ। ୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼ । ଏହାକୁ ନେଇ ଚିନ୍ତାରେ ଇସ୍ରୋ ସମେତ ସାରା ବିଶ୍ୱର ମହାକାଶ ଗବେଷଣା ସଂସ୍ଥା।ଏହି ଝଡ଼କୁ ନେଇ ରେଡ଼ିଓ ବ୍ଳାକ ଆଉଟ ହେବା ନେଇ ଇସ୍ରୋ ଚେତାବନୀ ଦେଇଛି। ଏହାଫଳରେ ପୃଥିବୀ ବାୟୁମଣ୍ଡଳରେ ଚୁମ୍ବକୀୟ ବିକିରଣ ବୃଦ୍ଧି ପାଇବ ଓ ଏହାଦ୍ୱାରା ବହୁ ସମସ୍ୟା ସୃଷ୍ଟି ହେବ । ଜିପିଏସ୍‌ ଓ ନେଭିଗେସନ୍‌ ସିଗନାଲରେ ବାଧା ସୃଷ୍ଟି ହୋଇପାରେ । ଫଳରେ ଗୁଗଲ ମ୍ୟାପ୍‌ ଓ ଅନ୍ୟାନ୍ୟ ନେଭିଗେସନ ସେବା ଭୁଲ ତଥ୍ୟ ଦେବାର ଆଶଙ୍କା ସୃଷ୍ଟି ହୋଇଛି । ମହାକାଶରେ ଥିବା ଉପଗ୍ରହଗୁଡ଼ିକର ସେନ୍ସର ଖରାପ ହୋଇପାରେ। ଯାହା ଫଳରେ ଟେଲିଭିଜନ ଓ ଇଣ୍ଟରନେଟ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇପାରେ। ବିମାନ ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେବ। ସୌର ଝଡ଼ ସମୟରେ ବିମାନଗୁଡିକର ରେଡ଼ିଓ ଯୋଗଯୋଗ ବିଚ୍ଛିନ୍ନ ହୋଇପାରେ। ବିଶେଷ କରି ମେରୁ ଅଞ୍ଚଳ ଦେଇ ଯାଉଥିବା ବିମାନଗୁଡ଼ିକ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ। ଅତ୍ୟଧିକ ଶକ୍ତିଶାଳୀ ଝଡ଼ କାରଣରୁ ବିଦ୍ୟୁତ ଟ୍ରାନ୍ସଫରମରଗୁଡ଼ିକ ଜଳିଯିବାର ସମ୍ଭାବନା ମଧ୍ୟ ରହିଛି । ଫଳରେ ବଡ଼ ଧରଣର ବ୍ଲାକଆଉଟ ହେବ ବୋଲି ସତର୍କ କରାଯାଇଛି। ତେବେ ମିସନ୍ କଣ୍ଟ୍ରୋଲ ସେଣ୍ଟରକୁ ସମସ୍ତ ଗ୍ରାଉଣ୍ଡ୍ ଷ୍ଟେସନ ପକ୍ଷରୁ ସତର୍କତା ଜାରି କରାଯାଇଛି |କୌଣସି ଜରୁରୀ ସ୍ଥିତି ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିଛି ଇସ୍ରୋ | ତେବେ ୧୯୯୬ ପରଠୁ ଏଭଳି ମାତ୍ର ୨୦ଟି ଶକ୍ତିଶାଳୀ ସୌର ଝଡ଼ ସୃଷ୍ଟି ହୋଇଛି

You might also like