Rapido ଚଲାଇ ୧ କୋଟି ଟଙ୍କା ଫ୍ଲାଟର EMI ଦେଉଛନ୍ତି ଏହି ଇଞ୍ଜିନିୟର

ଆଜିକାଲି ଚାକିରି ଖୋଜିବା ଏତେ ସହଜ ନୁହେଁ। ବିଶେଷକରି ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ପରିସ୍ଥିତି ଆହୁରି ଚ୍ୟାଲେଞ୍ଜିଂ ହେଉଛି। ଦିନେ ଏସି ଲାଗିଥିବା ଅଫିସରେ ସୁଟ୍-ବୁଟ୍ ପିନ୍ଧି ବସୁଥିବା କର୍ମଚାରୀ ଆଜି ଡ୍ରାଇଭର ପାଲଟିଛି। ଖରା, ଶୀତ, ବର୍ଷ ସବୁ ସହି ସେ କାମ କରୁଛନ୍ତି। ଏବେ ସେ ଇଞ୍ଜିନିୟରରୁ ପାଲଟିଛି ରାପିଡୋ ଡ୍ରାଇଭର। ଘରର EMI ଏବଂ ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ ସେ ଏହି କାମ କରୁଥିବା ଜଣାଯାଇଛି।ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ଏହି ବାସ୍ତବତାକୁ ସାମ୍ନାକୁ ଆଣିଛି। ତେବେ ଟେକ୍ନୋଲୋଜି କମ୍ପାନୀଗୁଡ଼ିକରେ ନିଯୁକ୍ତି ବହୁତ କମ, ତେଣୁ ସେ ନୂତନ ଚାକିରି ପାଇ ନାହାଁନ୍ତି। ବର୍ତ୍ତମାନ, ସେ Rapido ବାଇକ ଟ୍ୟାକ୍ସି ଚଲାଇବାକୁ ବାଧ୍ୟ ହେଉଛନ୍ତି କାରଣ ତାଙ୍କୁ ତାଙ୍କ ୧ କୋଟି ଟଙ୍କାର ଫ୍ଲାଟର EMI ଦେବାକୁ ପଡିବ। ଯୁବକଙ୍କ ବନ୍ଧୁ ଇନଷ୍ଟାରେ ଏକ ଭିଡିଓ କରି ଏ ବିଷୟରେ ଜଣାଇଥିବା ବେଳେ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।ନୋଏଡା ଭଳି ଏକ ବଡ଼ ସହରରେ ରହିବା ଏକ ବଡ଼ ଚ୍ୟାଲେଞ୍ଜ। ଏଠାରେ ଫ୍ଲାଟର ମୂଲ୍ୟ ୧କୋଟିରୁ ୨କୋଟି ମଧ୍ୟରେ ହେବ। ଲୋକେ ମାସକୁ ୩୦-୩୫ହଜାର ଭଡ଼ା ଦେଇ ରହିବାକୁ ବାଧ୍ୟ ହେଉଛନ୍ତି। ଯେଉଁମାନେ ଘର କିଣିଛନ୍ତି ସେମାନେ ମାସକୁ ମାସ ମୋଟା ଅଙ୍କର EMI ଦେଉଛନ୍ତି।

You might also like