ଏସଆଇ ସ୍କାମ୍‌: ସିବିଆଇ ନଜରରେ ନେତା ଓ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ବହୁ ଚର୍ଚ୍ଚିତ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇ ଆଉ ଜଣେ ଦଲାଲକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିହାରର ଅମିତ୍ ଭରତୀ। ତେବେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ଲ୍ୟାବ୍ ପ୍ରମୋଟର ସୁରେଶ ନାୟକ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ସାଗର ଗୌଡ଼ଙ୍କୁ ଚାରି ଦିନିଆ ରିମାଣ୍ଡରେ ନେବା ପରେ ସିବିଆଇ ତଦନ୍ତକୁ ଜୋରଦାର କରିଛି। ଏହି ମାମଲାରେ ରିମାଣ୍ଡ ଅବଧି ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ସୂଚନା ପାଇଥିବା ଜଣାପଡିଛି। ତଦନ୍ତରୁ ଏହି ଦୁର୍ନୀତିରେ କିଛି ରାଜନୈତିକ ନେତା ଏବଂ ଆଇପିଏସ୍ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଜଣେ ପୂର୍ବତନ ଜେଲ୍ ମହାନିର୍ଦ୍ଦେଶକ ମଧ୍ୟ ସିବିଆଇର ନଜରକୁ ଆସିଛନ୍ତି, ଯିଏ ଏହି ରାକେଟ୍‌ରେ ବରିଷ୍ଠ ଅଧିକାରୀଙ୍କ ସମ୍ଭାବ୍ୟ ସମ୍ପୃକ୍ତିକୁ ଇଙ୍ଗିତ କରିଛନ୍ତି।

You might also like