ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା: ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୯ଟି ସ୍ଥାନରେ ଇଡିର ଚଢ଼ାଉ

ଭୁବନେଶ୍ବର (ରାଜ୍ୟ କାହାଣୀ)ଚର୍ଚ୍ଚିତ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୯ଟି ସ୍ଥାନରେ ଚଢ଼ାଉ । ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଆଧାରରେ ଇଡିର ଅଧିକାରୀମାନେ ଏକକାଳୀନ ରାଜ୍ୟର ୯ଟି ସ୍ଥାନରେ ଜୋରଦାର ଚଢ଼ାଉ ଜାରି ରଖିଛନ୍ତି ।ଏହି ମାମଲାରେ ପୂର୍ବରୁ ସିବିଆଇ ତଦନ୍ତ ଆରମ୍ଭ କରିଥିବା ବେଳେ, ଏବେ ଇଡି ମଧ୍ୟ ଘଟଣାର ଖୋଳତାଡ଼ ଆରମ୍ଭ କରିଛି । ପରୀକ୍ଷା କେଳେଙ୍କାରୀ ସହ ଜଡ଼ିତ ଥିବା ସନ୍ଦେହରେ ପଞ୍ଚ ସଫ୍ଟ ଏବଂ ସିଲିକନ ଟେକ୍‌ କମ୍ପାନୀ ସହ ଜଡ଼ିତ ସ୍ଥାନଗୁଡ଼ିକରେ ମଧ୍ୟ ଚଢ଼ାଉ ଚାଲିଛି ।ଏହି ଚଢ଼ାଉ ସମୟରେ କେଉଁ କେଉଁ ତଥ୍ୟ ଓ ପ୍ରମାଣ ମିଳୁଛି, ତାହା ଉପରେ ଏବେ ନଜର ରହିଛି ।ଏସଆଇ ନିଯୁକ୍ତି ପାଇଁ ଆଶାୟୀ ପରୀକ୍ଷାର୍ଥୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ହୋଇଥିଲା । ଏହି କଳାଧନର କାରବାର, ବ୍ୟାଙ୍କ ଜମା, ସମ୍ପତ୍ତି କ୍ରୟ-ବିକ୍ରୟ ଏବଂ ଟ୍ରାଞ୍ଜାକସନ ରେକର୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଇଡି PMLA ଅଧୀନରେ ଆର୍ଥିକ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି।

You might also like