ଉପାସରେ ପ୍ରଭୁ ଲିଙ୍ଗରାଜ: ସେବାୟତଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ଏକ୍ରାମ ବିଧାୟକ

ଭୁବନେଶ୍ୱର (ରାଜ୍ୟକାହାଣୀ )ଉପାସରେ ଶ୍ରୀଲିଙ୍ଗରାଜ ପ୍ରସଙ୍ଗକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ କଡା ଚେତାବନୀ ଦେଇଛନ୍ତି । ବିଧାୟକ କହିଛନ୍ତି ଯେ ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ । ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେବାୟତ ଭାଇମାନଙ୍କୁ ଅନୁରୋଧ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦିଅନ୍ତୁ ନାହିଁ। ଆମ ଭିତରେ ଶହେ କଳି ଥାଇପାରେ ପୂଜା ପରେ ଆଲୋଚନା ହୋଇପାରେ। ସରକାର ଯଦି ଶୁଣିନାହାନ୍ତି ପୂଜା ପରେ ଆଲୋଚନା ହୋଇପାରିବ। ଯେଉଁମାନେ ନୀତିକାନ୍ତି ବନ୍ଦ କରିଛନ୍ତି ସେମାନଙ୍କ ଯୋଗ୍ୟତା ନାହିଁ ସେବା କରିବାକୁ।

ଏକାମ୍ର ବିଧାୟକ ଆହୁରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଇନ ଆସିବା ପର୍ଯ୍ୟନ୍ତ ପ୍ରଭୁଙ୍କ ନୀତିକାନ୍ତିରେ ଅବହେଳା କରନ୍ତୁ ନାହିଁ। ୨ ରୁ ୪ ମାସ ମଧ୍ୟରେ ଆଇନ ଆସିବ। ଓଡ଼ିଶା ସରକାର ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି । ବର୍ତ୍ତମାନ ଏହା କେନ୍ଦ୍ରକୁ ପଠା ଯିବ । କେନ୍ଦ୍ରର ସ୍ୱୀକୃତି ପରେ ରାଷ୍ଟ୍ରପତିଙ୍କ ଠାରୁ ଅନୁମୋଦନ ମିଳିବା । ପରେ ଲିଙ୍ଗରାଜ ମନ୍ଦିର ନୂଆ ଆଇନ ଲାଗୁ ହେବ । କିନ୍ତୁ ସେ ପର୍ଯ୍ୟନ୍ତ ଏମିତି ବିବାଦ କରି ନୀତି ବନ୍ଦ ନ କରିବା ପାଇଁ ସେବାୟତଙ୍କୁ ଚେତାବନୀ ଦେଇଛନ୍ତି । ବ୍ରାହ୍ମଣ ନିଯୋଗ ସମ୍ପାଦକ କହିଛନ୍ତି ଯେ ବାବା ଲିଙ୍ଗରାଜଙ୍କ ଘୃତକମଳ ହୋଇନି, ଆଜି ବି ନୀତିକାନ୍ତି ବନ୍ଦ ରହିବ । ସ୍ୱତନ୍ତ୍ର ନିୟମ ନଆସିବା ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ । ୨୦୨୪ ଯାଏଁ ବଡୁ ସେବାୟତ ଘୃତକମଳ ନୀତି କରୁଥିଲେ । ହଠାତ୍ ୨୦୨୫ରେ କାହିଁକି ପରିବର୍ତ୍ତନ ହେଲା ପ୍ରଶ୍ନ କଲା ବଡୁ ନିଯୋଗ । ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ହୋଇଥିଲା ବିବାଦ । କ୍ଷୀର ଆଉଟା କିଏ କରିବ, ତାକୁ ନେଇ ବଡୁ ଓ ସୁଆର ନିଯୋଗଙ୍କ ମଧ୍ୟରେ ହୋଇଥିଲା ଟଣାଓଟରା । ଏହା ପରେ ଗତକାଲି ସନ୍ଧ୍ୟାପରଠାରୁ ହୋଇନି ନୀତିକାନ୍ତି ।

You might also like