ରାଜଧାନୀରେ ହୋଲି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି
ଭୁବନେଶ୍ୱର (ରାଜ୍ୟକାହାଣୀ )ହୋଲି ପାଳନ ବେଳେ ଆଇନଶୃଙ୍ଖଳା ବିଗିଡି଼ବାର ଆଶଙ୍କା ରହିଛି । ସାଙ୍ଗସାଥୀଙ୍କ ସହ ଭୋଜିଭାତ ଓ ସେଲିବ୍ରେସନରୁ ଗଣ୍ଡଗୋଳ, ଗୋଷ୍ଠୀ ସଂଘର୍ଷର ନଜିର୍ ରହିଛି । ଏକ ଆନନ୍ଦ ଓ ଉହ୍ଲାସର ପର୍ବରେ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ରାଜଧାନୀରେ ପୁଲିସ ସୁରକ୍ଷାକୁ କଡ଼ାକଡ଼ି କରିବ । ପ୍ରାୟ ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ସହରକୁ ଜଗିବେ । ପ୍ରତିଟି ସମ୍ବେଦନଶୀଳ ଜାଗାରେ ପୁଲିସ ମୁତୟନ ହେବ । କେହି ଅମାନିଆ ଆଇନକୁ ହାତକୁ ନେଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ କଟକରେ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ । ବ୍ଲକିଙ୍ଗ ଜୋରଦାର କରାଯିବା ସହ ମଦୁଆଙ୍କୁ ସ୍ୱତନ୍ତ୍ର ଧ୍ୟାନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ମଦ ପିଇ ଗାଡି ଚଳାଇଲେ ଗାଡି ଜବତ ସହ ଗିରଫ କରାଯିବ । ଶୃଙ୍ଖଳିତ ଭାବେ ହୋଲି ଖେଲିବା ପାଇଁ ଡିସିପି ଲୋକମାନଙ୍କୁ ଅପିଲ କରିଛନ୍ତି ।