ବାଲୁକା କଳାରେ ଯୋଗ କରି ସୁସ୍ଥ ରହିବାର ବାର୍ତ୍ତା ପ୍ରଦାନ କଲେ ସୁଦର୍ଶନ ପଟ୍ଟନାୟକ
ରାଜ୍ୟ କାହାଣୀ (ଭୁବନେଶ୍ଵର)ଆଜି ଅର୍ନ୍ତଜାତୀୟ ବିଶ୍ଵ ଯୋଗ ଦିବସ। ପ୍ରତ୍ୟେକ ବ୍ୟକ୍ତି ଦିନକୁ ଦୁଇ ଘଣ୍ଟା ଯୋଗ ଓ ପ୍ରାଣାୟାମ କଲେ ସୁସ୍ଥ ଓ ସାତଜ ଜୀବନ ଯାପନ କରିହେବ ବୋଲି ଯୋଗ ପ୍ରଶିକ୍ଷକମାନେ ମତ ଦିଅନ୍ତି।ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗାସନର ଚିତ୍ର ନିର୍ମାଣ କରିଛନ୍ତି । ଏଥିସହ ଯୋଗର ବିଭିନ୍ନ ମୁଦ୍ରାକୁ ଅତି ସୁନ୍ଦର ଭାବେ ବାଲୁକାକଳାରେ ସ୍ଥାନ ଦେଇଛନ୍ତି । ଏହି ବାଲୁକା କଳା ଦ୍ବାରା ପ୍ରତ୍ୟେକ ଦିନ ଯୋଗ କରି ସୁସ୍ଥ ରହିବାର ବାର୍ତ୍ତା ପ୍ରଦାନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।ସୁସ୍ଥ ଜୀବନ ଅତିବାହିତ କରିବାରେ ଯୋଗ ହିଁ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ।ଚଳିତବର୍ଷର ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ଏହାର ବିଷୟବସ୍ତୁ ବା ଥିମ୍ “Yoga for One Earth, One Health” ବା ‘ଯୋଗ ଏକ ପୃଥିବୀ ଏବଂ ଏକ ସ୍ୱାସ୍ଥ୍ୟ ପାଇଁ’ ରଖାଯାଇଛି । ଏହି ବିଷୟବସ୍ତୁ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସୂଚନା ଦେଇଛନ୍ତି।