ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ବିହାରର ସମସ୍ତିପୁରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ଅନେକଙ୍କ ଆଖି ଓଦା କରିଦେଇଛି । ପ୍ରେମ, ବିବାହ, ବିଶ୍ୱାସ ଏକତ୍ର ବଂଚିବା ଓ ମରିବା କଣ ତାହା ଏକ ଦମ୍ପତି ପ୍ରମାଣ କରିଛନ୍ତି ।ରୋସେରା ସହରର ୱାର୍ଡ ନମ୍ବର ୨୦ର ବାସିନ୍ଦା ୮୫ ବର୍ଷୀୟ ବିଷ୍ଣୁଦେବ ସାହାଣୀ ଶନିବାର ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ତାଙ୍କ ପରିବାର ହସ୍ପିଟାଲକୁ ନେଇଥିଲେ ହେଁ ଅପରାହ୍ନ ପ୍ରାୟ ୩ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପୁଅ ଧରମ ସାହାଣୀ ସମ୍ପ୍ରଦାୟର ସଦସ୍ୟଙ୍କ ସହାୟତାରେ ଗଣ୍ଡକ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ତାଙ୍କ ସ୍ୱାମୀଙ୍କ ଶବଯାତ୍ରା ଘରୁ ବାହାରିବା ମାତ୍ରେ ୮୦ ବର୍ଷୀୟ ଲାଲପରି ଦେବୀ ମର୍ମାହତ ହୋଇଯାଇଥିଲେ । ତାଙ୍କ ପୁଅ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଶନିବାର ରାତି ପ୍ରାୟ ୯ ଟାରେ ମୃତ୍ୟୁବରଣ କଲେ। ମାତ୍ର ଛଅ ଘଣ୍ଟା ମଧ୍ୟରେ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ଅଞ୍ଚଳରେ ଶୋକାକୂଳ ବାତାବରଣ ତିଆରି କରିଥିଲା ।। ଏବେ ଏହା ବିଭିନ୍ନ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏବେ ବି ପ୍ରକୃତ ପ୍ରେମ ବଂଚି ରହିଛି ।

You might also like