୬ ବର୍ଷ ପରେ ଏନ୍ଡିଏକୁ ଫେରିଲା ଅକାଳୀ ଦଳ
ପଞ୍ଜାବ ରାଜନୀତିରେ ବଡ ସମୀକରଣ। ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ଅକାଳୀ ଦଳ ଏକ ମେଣ୍ଟ ଘୋଷଣା କରିଛନ୍ତି। ୬ ବର୍ଷ ପରେ ଦୁଇ ଦଳ ପୁଣି ଏକାଠି ହୋଇଛନ୍ତି। ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ଏହି ମେଣ୍ଟ ଘୋଷଣା କରାଯାଇଛି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି । ୩ଟି କୃଷି ଆଇନକୁ ବିରୋଧ କରି ୨୦୨୦ରେ ଅକାଳୀ ଦଳ ବିଜେପିର ସାଥ୍ ଛାଡ଼ିଥିଲା ।ଖବର ମୁତାବକ, ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଥିଲେ ମଧ୍ୟ ଆସନ ବଣ୍ଟନକୁ ନେଇ ମତଭେଦ ରହିଛି । ବିଜେପି ପ୍ରାୟ ୫୫ଟି ଆସନରେ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ବେଳେ ଅକାଳୀ ଦଳ ଏହାକୁ ପ୍ରାୟ ୪୫ଟି ଆସନ ଦେବାକୁ ପ୍ରସ୍ତୁତ ଥିବା କୁହାଯାଉଛି ।ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହା ବହୁତ ଖୁସିର କଥା ଯେ, ଏନଡିଏର ସବୁଠୁ ପୁରୁଣା ସହଯୋଗୀ ଅକା ଦଳ ପୁଣି ଥରେ ଏନଡିଏକୁ ଫେରି ଆସିଛି। ମୁଁ ଅକାଳି ଦଳର ସମସ୍ତ ସାଥୀ ଏବଂ ସର୍ଦ୍ଦାର ସୁଖବୀର ସିଂ ବାଦଲଙ୍କୁ ଏନଡିଏରେ ହୃଦୟତାର ସହ ସ୍ଵାଗତ କରୁଛି। ଅକାଳି ଦଳର ଆଗମନ ସହ ଏନଡିଏ ଏବେ ପୂରା ହୋଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ସୁଖବୀର ସିଂହ ବାଦଲଙ୍କ ସହ ଫୋନ୍ରେ କଥା ହୋଇ ଖୁସି ପ୍ରକାଶ କରିଥିବା ସେ କହିଥିଲେ।