ହଠାତ୍ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୧୦ କୋଟି ଟଙ୍କା,ଫେରାଇବାକୁ ବ୍ୟାଙ୍କର ଦ୍ୱାରସ୍ଥ ହେଲେ ମହିଳା

ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍ କୋଟି କୋଟି ଟଙ୍କା ଆସିଯିବା କଥା ଆପଣ ବୋଧହୁଏ ଶୁଣିଥିବେ, କିନ୍ତୁ ଉତ୍ତର ପ୍ରଦେଶର ମୈନପୁରୀରେ ଜଣେ ମହିଳାଙ୍କ ସହ ଯାହା ଘଟିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଛି। ନିକଟରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ପ୍ରାୟ ୧୦ କୋଟି ଟଙ୍କା ଭୁଲ୍‌ରେ କ୍ରେଡିଟ୍ ହୋଇଯାଇଥିଲା । କିନ୍ତୁ ମହିଳା ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ କରିନଥିଲେ । ଓଲଟା ଟଙ୍କା ତାଙ୍କର ହୋଇନଥିବା କହି ତାକୁ ଫେରାଇ ନେବାକୁ ସେ ବ୍ୟାଙ୍କ୍‌ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ମୈନପୁରୀ ଜିଲ୍ଲା ଦେବଗଞ୍ଜ ଗାଁର ପାରସଭାନ ବହେଲିଆଙ୍କ ପରିବାର ଚାଷ କରି ଚଳନ୍ତି । ଗତ ଗୁରୁବାର ପାରସଭାନଙ୍କ ପତ୍ନୀ ରୀତା ସ୍ଥାନୀୟ ଏକ ବ୍ୟାଙ୍କ୍‌କୁ ଟଙ୍କା ଉଠାଇବାକୁ ଯାଇଥିଲେ । କିନ୍ତୁ ସେତେବେଳକୁ ବ୍ୟାଙ୍କ୍ ବନ୍ଦ ହୋଇସାରିଥିଲା । ଏହାପରେ ସେ ନିକଟରେ ଥିବା ଏକ ଏଟିଏମ୍‌କୁ ଯାଇଥିଲେ । ସେଠାରେ ଟଙ୍କା ଉଠାଣ ପୂର୍ବରୁ ବାଲାନ୍ସ ଚେକ୍ କରିଥିଲେ । ଏହି ସମୟରେ ସ୍କ୍ରିନ୍‌ରେ ବାଲାନ୍ସ ଆକାରରେ ଯେତିକି ଅର୍ଥ ଦେଖାଇଲା ତାକୁ ଦେଖି ତାଙ୍କର ହୋସ୍ ଉଡିଗଲା । ତାଙ୍କର ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟକୁ ୯ କୋଟି ୯୯ ଲକ୍ଷ ୪୯ ହଜାର ୫୮୮ ଟଙ୍କା ଆସିଥିଲା । ସୀତା ଏବଂ ତାଙ୍କ ସ୍ୱାମୀ ଫର୍ଜାନ ଏହି ଟଙ୍କା ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ସେମାନେ ଏକ କୃଷିଜୀବୀ ପରିବାର ହୋଇଥିବାରୁ ଏହି ଟଙ୍କା ତାଙ୍କର ନୁହେଁ ଏବଂ ଯାହାର ଟଙ୍କା ସିଏ ଫେରସ୍ତ ନେଇଯାଉ ବୋଲି ସେମାନେ ଅନୁରୋଧ କରିଛନ୍ତି।ବ୍ୟାଙ୍କ ମ୍ୟାନେଜର ରିଶିକାନ୍ତ ପାଣ୍ଡେ କହିଛନ୍ତି, ଏଭଳି ଘଟଣା ବୈଷୟିକ ତ୍ରୁଟି କାରଣରୁ ହୋଇଥାଇପାରେ । ସୋମବାର ବ୍ୟାଙ୍କ୍ ଖୋଲିଲେ ଏହି ସମସ୍ୟାର ସମାଧାନ କରାଯିବ ।

You might also like