ବିସ୍ଫୋରକ ତିଆରି ଭିଡିଓ ପ୍ରସାରଣ ପରେ ଟିଭି ଚ୍ୟାନେଲ ପାଇଁ ଆଡଭାଇଜରି ଜାରି

ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣ ଘଟଣାରେ କେନ୍ଦ୍ର ସରକାର ଗଣାଧ୍ୟମ ପାଇଁ ଆଡଭାଇଜରି ଜାରି କରିଛନ୍ତି। ବେଆଇନ କାର୍ଯ୍ୟକଳାପକୁ ସମର୍ଥନ କିମ୍ବା ପ୍ରୋତ୍ସାହନ କଲା ଭଳି କୌଣସି ବିଷୟବସ୍ତ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ବିସ୍ଫୋରକ ପ୍ରସ୍ତୁତି ନେଇ ମଧ୍ୟ ସୂଚନା/ଭିଡିଓ ପ୍ରସାରଣ ପାଇଁ ବାରଣ କରାଯାଇଛି ।

ଖବର ପ୍ରସାରଣ ବେଳେ ଜାତୀୟ ନିରାପତ୍ତା ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦିଆଯାଇଛି । ଏପରି ବିଷୟବସ୍ତୁ ହିଂସାକୁ ଉସୁକାଇବାର ଆଶଙ୍କା ଥିବା ବେଳେ ଆଇନ ଶୃଙ୍ଖଳା ତଥା ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ ବୋଲି କୁହାଯାଇଛି । ସେହିପରି ଖବର ସଂଗ୍ରହ ବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବା ସହ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବାକୁ ଅପିଲ କରାଯାଇଛି । କେବୁଲ ଟିଭି ନେଟୱାର୍କ ଆକ୍ଟ, ୧୯୯୫ ଅନୁଯାୟୀ ଧାର୍ଯ୍ୟ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ ସଂହିତାକୁ କଠୋର ଭାବରେ ପାଳନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

You might also like