ମୋଦୀଙ୍କ ଉତ୍ତରାଧିକାରୀ କିଏ? RSS ମୁଖ୍ୟ ମୋହନ ଭାଗବତ କଣ କହିଲେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ କିଏ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ପ୍ରଶ୍ନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସମ୍ପର୍କରେ ବିଚାର ବିମର୍ଶ ଏବଂ ନିଷ୍ପତ୍ତି କେବଳ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ନରେନ୍ଦ୍ର ମୋଦିଙ୍କ ପାଖରେ ରହିବ।ତେଣୁ, ଏ ବିଷୟରେ ମୋର କିଛି ବି କହିବାର ନାହିଁ। ମୁଁ କେବଳ ତାଙ୍କୁ ଶୁଭକାମନା ଜଣାଇପାରିବି, ଆଉ କିଛି ନୁହେଁ ।ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ଚେନ୍ନାଇରେ ଥିବା ଭାଗବତ ଡିସେମ୍ବର ୯ ତାରିଖରେ ଏହି ବୟାନ ଦେଇଛନ୍ତି , ଯାହାକି ଖୋଲା ସଙ୍କେତ ଦେଉଛି ଯେ, ବିଜେପି ଭିତରେ ଉତ୍ତରାଧିକାରୀ ବିତର୍କରେ ସାମିଲ ହେବାର ସଂଘର କୌଣସି ଉଦ୍ଦେଶ୍ୟ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଭାରତକୁ “ବିଶ୍ୱଗୁରୁ” ଭାବରେ ଉଭା ହେବାକୁ ହୁଏ, ତେବେ ଜାତିଭିତ୍ତିକ ଏବଂ ଭାଷାଗତ ବିଭାଜନକୁ ଦୂର କରିବାକୁ ପଡିବ। ଆମକୁ ଆରଏସଏସକୁ ୧୦୦,୦୦୦ କିମ୍ବା ତା’ଠାରୁ ଅଧିକ ସ୍ଥାନରେ ନେଇଯିବାକୁ ପଡିବ।

You might also like