ରାମ ମନ୍ଦିର ଦାନ ଚୋରି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରେ ଲଢ଼ିଲେ ୫ ଲକ୍ଷ ଟଙ୍କା ଜରିମାନା
ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମାମଲା ଲଢ଼ିଲେ ୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଫୈଜାବାଦ ବାର୍ ଆସୋସିଏସନ୍ ପକ୍ଷରୁ ଏହାର ଓକିଲମାନଙ୍କୁ କଡ଼ା ଚେତାବନୀ ଜାରି କରାଯାଇଛି।ବୈଠକରେ ଓକିଲମାନେ ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଗୋପାଳ ରାଓଙ୍କୁ ତିନି ଦିନ ମଧ୍ୟରେ ଅଯୋଧ୍ୟା ଛାଡ଼ିବାକୁ ଦାବି କରିଥିଲେ। ଏହା ନ କଲେ ସହର ଅବରୋଧ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି। ଚମ୍ପତ ରାୟ ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଥିଲେ ଏବଂ ସମ୍ପ୍ରତି ଅନ୍ୟ ଜଣେ ଟ୍ରଷ୍ଟି ମିଶ୍ରଙ୍କ ସହିତ ପଦରୁ ଇସ୍ତଫା ଦେଇଥିଲେବାର ଆସୋସିଏସନର ସମ୍ପାଦକ ଶୈଳେନ୍ଦ୍ର ଜୟସ୍ୱାଲ୍ କହିଛନ୍ତି, ମନ୍ଦିର ପାଣ୍ଠିର ଦୁର୍ବ୍ୟବହାର ଅଭିଯୋଗ ଓକିଲମାନଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି। ସେହି କାରଣରୁ ଫୈଜାବାଦର ସମସ୍ତ ଓକିଲ ଗିରଫ ଅଭିଯୁକ୍ତଙ୍କ ପକ୍ଷରେ ନ ଲଢ଼ିବାକୁ ସମ୍ମତି ପ୍ରକାଶ କରିଛନ୍ତି।ବାର୍ ଆସୋସିଏସନ୍ ଚମ୍ପତ ରାୟ, ଅନିଲ ମିଶ୍ର ଓ ଗୋପାଳ ରାଓଙ୍କ ବିରୋଧରେ ମାମଲା ପଞ୍ଜିକରଣ ପାଇଁ ଧାରା ୧୫୬(୩) ଅନୁଯାୟୀ କୋର୍ଟକୁ ଆବେଦନ କରିବ ଓ ମାମଲାରେ ସିବିଆଇ ତଦନ୍ତ ମଧ୍ୟ ଦାବି କରିବ ବୋଲି ମିଶ୍ର କହିଛନ୍ତି।