ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ କରିବା ଏବଂ ଏକଥା ଅନ୍ୟକାହାକୁ ଜଣାଇଲେ ଚାକିରିରୁ ବହିଷ୍କାର ସହ ଜୀବନ ବରବାଦ କରିଦେବାର ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। । ଯୁବତୀ ଜଣଙ୍କ ମାନସିକ ସ୍ତରରେ ଆଘାତ ପାଇ ନିଜ ବାପା ମା ଙ୍କୁ ଜଣାଇବା ପରେ ବାପା ବୋଲଗଡ଼ ଥାନାରେ ଏତଲା ଦେଇଛନ୍ତି। ଯୁବତୀର ବାପାଙ୍କ ଅଭିଯୋଗ ଆଧାରରେ ତାଙ୍କ ଝିଅକୁ ଉକ୍ତ କଲେଜର ଅଧ୍ୟକ୍ଷ ବିଭିନ୍ନ ପ୍ରକାରର ଅଶ୍ଳୀଳ ମେସେଜ ଦେଇ ପ୍ରେମ ନିବେଦନ କରିଛନ୍ତି। ଭଏସ ମେସେଜରେ ମଧ୍ୟ ବିଭିନ୍ନ ପ୍ରକାରର ଅଶ୍ଳୀଳ କଥା କହୁଛନ୍ତି। ଦେଶରେ ନାରୀ ଆଉ ସୁରକ୍ଷିତ ନୁହଁନ୍ତି, ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନ ରେ ଏ ପ୍ରକାର ଘଟଣାକୁ ନେଇ କଲେଜରେ ଝିଅ, ମହିଳାଙ୍କ ସୁରକ୍ଷା କୁ ନେଇ ଦାବି କରିଛନ୍ତି। ଅଭିଯୋଗକାରୀଙ୍କ ବୟାନ ଆଧାରରେ ଅଧ୍ୟାପିକାଙ୍କୁ ବୋଲଗଡ଼ ପୋଲିସ ପଚାରାଉଚର କରିବା ସହ ଅଧ୍ୟକ୍ଷଙ୍କ ବିରୋଧରେ କେଶ ନମ୍ବର ୩୧୦/୨୦୨୫ ରେ ଏକ ମାମଲା ରୁଜୁ ହୋଇଛି । ସେପଟେ ଅଧ୍ୟକ୍ଷ କଲେଜରୁ ଦୁଇଦିନ ହେବ ଛୁଟିରେ ଥିବା ସୂଚନା ମିଳିଛି ।

You might also like