OSSTET ଆବେଦନ ଅବଧି ବୃଦ୍ଧି : ଅଗଷ୍ଟ ୩୦ ଯାଏଁ ସୁଯୋଗ
ଭୁବନେଶ୍ୱର (ରାଜ୍ୟ କାହାଣୀ )ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍ଏସ୍ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ ୩୦ ତାରିଖ ମଧ୍ୟରାତ୍ରି ଯାଏ ବଢ଼ାଇ ଦିଆଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ନାମ ପଞ୍ଜୀକରଣ କରିପାରିବେ। ଉକ୍ତ ପରୀକ୍ଷା ପାଇଁ ଆବେଦନର ଶେଷ ସମୟ ୨୩ ଅଗଷ୍ଟ ଯାଏ ଥିଲା। ରାଜ୍ୟର ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାର ଅନେକ ଶିକ୍ଷକ ଆଶାୟୀ ପ୍ରାର୍ଥୀ ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନ କରିପାରିନାହାନ୍ତି ।ଆସନ୍ତା ସେପ୍ଟେମ୍ବର ୩୦ରେ ଏହାର ପେପର-୧ ଓ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧.୩୦ ଯାଏ ଗୋଟିଏ ସିଟିଂରେ ଏହି ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ପୂର୍ବରୁ ସୂଚିତ କରାଯାଇଛି।