ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରେ ଧାରଣାରେ ବସିଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ I ଭୁବନେଶ୍ବର ଲୋୟର୍ ପିଏମ୍ଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲା ସଂଘ I ସାରା ରାଜ୍ୟରେ ଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ବିଷୟ ପଢ଼ାଉଥିବା ବେଳେ, ଠିକା କର୍ମଚାରୀ ଭାବେ ସାରା ରାଜ୍ୟରେ ୧୩ ହାଜରରୁ ଉର୍ଦ୍ଧ୍ବ କାର୍ଯ୍ୟରତ I ତଥାପି ସରକାରଙ୍କର କୃପା ଦୃଷ୍ଟି ପଡିଲା ନାହିଁ I ଅନ୍ୟପଟେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବା ତଥା ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକଟ କରିଛନ୍ତି । ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ବେଳେ, ଆଗକୁ ପରୀକ୍ଷା ଥିବାରୁ ପାଠପଢା କିପରି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ସଚିବଙ୍କ ସମେତ ଓଡିଶା ଓଏସ ସଂଘ ଓ ରାଜ୍ୟ ଅମଲା ସଂଘକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି ।

You might also like