ଟିଭି ଚ୍ୟାନେଲ୍ TRP ପାଇଁ ଆସିଲା ନୂଆ ନିୟମ

ଟିଭି ଚ୍ୟାନେଲ୍ TRP ପାଇଁ ଆସିଲା ନୂଆ ନିୟମ । ​ପୂର୍ବରୁ TRP ମାପୁଥିବା କମ୍ପାନୀର ସମ୍ପତ୍ତି ୨୦ କୋଟି ଟଙ୍କା ହେବା ଦରକାର ଥିଲା । ଯାହାକୁ ଏବେ ୫ କୋଟି କରାଯାଇଛି । ଏହାଦ୍ୱାରା ନୂଆ କମ୍ପାନୀ ଏହି କାମରେ ଯୋଗ ଦେଇପାରିବେ । ତଥ୍ୟକୁ ଅଧିକ ସଠିକ୍ କରିବା ପାଇଁ ଏବେ ଏକ ଲକ୍ଷ ୨୦ ହଜାର ପରିବାରଙ୍କ ଘରେ ମିଟର ଲଗାଯିବ। ପୂର୍ବରୁ ଏହି ସଂଖ୍ୟା କମ୍ ଥିଲା। କେବଳ ଟିଭି ନୁହେଁ, ମୋବାଇଲ୍ ଓ OTT ରେ ଦେଖାଯାଉଥିବା ଭିଡିଓକୁ ମଧ୍ୟ ଏବେ TRP ରେ ଗଣାଯିବ।

ଅନେକ ସମୟରେ ଟିଭି ଖୋଲିବା ମାତ୍ରେ ଯେଉଁ ଚ୍ୟାନେଲ୍ ପ୍ରଥମେ ଆସେ ତାକୁ ବହୁତ ଲୋକ ଦେଖୁଛନ୍ତି ବୋଲି ଗଣାଯାଉଥିଲା । ଏବେ ଏହି ସୁବିଧାକୁ ବନ୍ଦ କରାଯାଇଛି । ଏହାକୁ କେବଳ ବିଜ୍ଞାପନ ପାଇଁ ବ୍ୟବହାର କରାଯାଇପାରିବ, TRP ବଢ଼ାଇବା ପାଇଁ ନୁହେଁ । ଦର୍ଶକଙ୍କ ବ୍ୟକ୍ତିଗତ ତଥ୍ୟକୁ ସମ୍ପୂର୍ଣ୍ଣ ଗୋପନ ରଖାଯିବ। ନୂଆ DPDP ଆକ୍ଟ ଅନୁସାରେ ଲୋକଙ୍କ ପରିଚୟ ପ୍ରକାଶ କରାଯାଇପାରିବ ନାହିଁ। ବର୍ଷକୁ ଥରେ ବାହାର ସଂସ୍ଥା ଦ୍ୱାରା ଓ ପ୍ରତି ୩ ମାସରେ ଥରେ ନିଜେ କମ୍ପାନୀ ଅଡିଟ୍ କରିବେ। ଯଦି କୌଣସି ଏଜେନ୍ସି ନିୟମ ଭାଙ୍ଗେ, ତେବେ ତାଙ୍କର ପଞ୍ଜିକରଣ ବାତିଲ ହେବ ।

You might also like