କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି- କମିଲା ନିଟ୍-ପିଜି କଟ-ଅଫ୍

ଦେଶରେ ମେଡିକାଲ ପିଜି କୋର୍ସରେ ଖାଲି ପଡିଛି ହଜାର ହଜାର ସିଟ୍। ଏହାକୁ ଭରିବା ପାଇଁ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ ସାଇନ୍ସ (ଏନବିଇଏମ୍ଏସ୍) ନିଟ୍ ପିଜି ୨୦୨୫ ପାଇଁ କ୍ବାଲିଫାଇଂ କଟ୍ଅଫ୍‌କୁ ହ୍ରାସ କରି ଖୁବ୍ କମ୍ କରିଦେଇଛି। ସଂଶୋଧିତ ମାନଦଣ୍ଡ ଅନୁସାରେ, ଏବେ ସାଧାରଣ ବର୍ଗ ଓ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ପାଇଁ କ୍ବାଲିଫାଇଂ ୫୦ପର୍ସେଣ୍ଟାଇଲକୁ କମ୍ କରି ୭ ପର୍ସେଣ୍ଟାଇଲ୍ କରି ଦିଆଯାଇଛି। ଅପରପକ୍ଷରେ ସାଧାରଣ ବର୍ଗର ବେଞ୍ଚମାର୍କ ଦିବ୍ୟାଙ୍ଗତା(ପିଡବ୍ଲୁବିଡି)ଛାତ୍ରଛାତ୍ରୀଙ୍କ ପାଇଁ ପର୍ସେଣ୍ଟାଇଲ ୪୫ରୁ ୫ କୁ ହ୍ରାସ କରାଯାଇଛି । ସେହିପରି, ଏସ୍‌ସି, ଏସ୍‌ଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ପର୍ସେଣ୍ଟାଇଲ ୪୦ ରୁ ୦ କୁ ହ୍ରାସ କରାଯାଇଛି । ଏହାର ଅନୁରୂପ କଟ-ଅଫ୍ ସ୍କୋର ୮୦୦ରୁ ମାଇନସ୍ ୪୦ କରାଯାଇଛି ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ଦ୍ୱାରା ଏହି ଘୋଷଣା କରାଯାଇଛି । ଯାହା କାଉନସେଲିଂ ଏବଂ ପ୍ରବେଶ ପାଇଁ ଯୋଗ୍ୟତା ବଢ଼ାଇବା ପାଇଁ ସମସ୍ତ ବର୍ଗରେ ଯୋଗ୍ୟତା ପର୍ସେଣ୍ଟାଇଲକୁ ସଂଶୋଧନ କରିଛି । ସରକାର ଜାନୁଆରୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଏନବିଇଏମ୍ଏସ୍ ଏ ବିଷୟରେ ରିପୋର୍ଟ ତଲବ କରିଥିଲା। ଏହାପରେ ଏବେ ତୃତୀୟ ରାଉଣ୍ଡରେ କଟ୍ ଅଫ୍ ହ୍ରାସ କରିବାର ନିଷ୍ପତ୍ତି ନିଆଯାଇଛି।

You might also like