ଏଣିକି ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ବନ୍ଦେ ମାତରମ୍
ବନ୍ଦେ ମାତରମ୍ ପାଇଁ ଆସିଲା ନୂଆ ନିୟମ, ଏଣିକି ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ଜାତୀୟ ଗାନ
ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଗାନ ‘ବନ୍ଦେ ମାତରମ୍’ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଦେଶପ୍ରେମ ଏବଂ ସମ୍ମାନକୁ ଦୃଷ୍ଟିରେ ରଖି ଏହି ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।ସରକାରୀ କାର୍ଯ୍ୟକ୍ରମରେ ୩ ମିନିଟ ୧୦ ସେକେଣ୍ଡର ଛଅ ଛନ୍ଦ ବିଶିଷ୍ଟ ଗୀତ ‘ବନ୍ଦେ ମାତରମ’ ବଜାଇବା କିମ୍ବା ଗାନ କରିବା ବାଧ୍ୟତାମୂଳକ କରାଯାଇଛି। ୧୦ ପୃଷ୍ଠାର ଆଦେଶରେ, ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଯଦି ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ଏକକାଳୀନ ଗାନ କରାଯାଏ, ତେବେ ପ୍ରଥମେ ‘ବନ୍ଦେ ମାତରମ’ ବଜାଯିବ ଏବଂ ଏହି ସମୟରେ ଲୋକଙ୍କୁ ଧ୍ୟାନରେ ଠିଆ ହେବାକୁ ପଡିବ।
ଏହି ସରକାରୀ ପଦକ୍ଷେପକୁ ବନ୍ଦେ ମାତରମକୁ ଲୋକପ୍ରିୟ କରିବା ପାଇଁ ଏକ ପଦକ୍ଷେପ ଭାବରେ ଦେଖାଯାଉଛି।ଗତ ଡିସେମ୍ବର ୨୫ ତାରିଖରେ ସଂସଦର ଶୀତକାଳୀନ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ମାତରମ ଉପରେ ସଂସଦରେ ୧୦ ଘଣ୍ଟା ଆଲୋଚନା କରିଥିଲେ। ଯେଉଁଥିରେ ବନ୍ଦେ ମାତରମର ଭୁମିକା ଦେଶ ସ୍ବାଧିନତାରେ କଣ ଥିଲା ତାହା ଉପରେ ଆଲୋଚନା ହୋଇଥିଲା। ସେହିଭଳି ଚଳିତ ଗଣତନ୍ତ୍ର ଦିବସର ପ୍ୟାରେଡର ବିଷୟ ବି ‘ସ୍ବତନ୍ତ୍ରତାର ମନ୍ତ ବନ୍ଦେ ମାତରମ” ରଖା ଯାଇଥିଲା। ବିଶିଷ୍ଟ ସାହିତ୍ୟିକ ତଥା ସ୍ବାଧିନତା ସଂଗ୍ରାମୀ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ୧୮୭୦ରେ ଏହାକୁ ରଚନା କରିଥିଲେ। ପରେ ୧୯୫୦ ମସିହାରେ ଏହାକୁ ରାଷ୍ଟ୍ରୀୟ ଗୀତ ଘୋଷଣା କରାଯାଇଥିଲା।