ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୧୯ରୁ ଆରମ୍ଭ ହେବ ଖାତାଦେଖା

ଭୁବନେଶ୍ୱର (ରାଜ୍ୟକାହାଣୀ )ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୧୯ରୁ ଆରମ୍ଭ ହେବ ଖାତାଦେଖା । ଆଜି ଅନ୍ତିମ ଦିନରେ ଗଣିତ ପରୀକ୍ଷା ସୁରୁଖୁରୁରେ ସରିଛି। ଶେଷ ପର୍ଯ୍ୟନ୍ତ କୌଣସି ବି ସେଣ୍ଟରରେ କପି ଧରାପଡ଼ିବା କିମ୍ବା ପ୍ରଶ୍ନପତ୍ର ଭାଇରାଲ ଭଳି ପରିସ୍ଥିତି ଉପୁଜିନାହିଁ । ସାରା ରାଜ୍ୟରେ ୩୦୮୨ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ସିସିଟିଭି । କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ମାଧ୍ୟମିକ ଶିକ୍ଷା ପରିଷଦର କଣ୍ଟ୍ରୋଲ ରୁମ୍‌ରେ ବସି ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ଗତିବିଧି ଉପରେ ନଜର ରଖିଥିଲେ । ପରୀକ୍ଷା ସରିବା ପରେ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏଥର କୌଣସି ବିଶୃଙ୍ଖଳା ହୋଇନାହିଁ । ବରଂ ଓଏମଆର ସିଟ୍ ଗୁଡିକର ମୂଲ୍ୟାୟନ ଆରମ୍ଭ ହୋଇଗଲାଣି । ୧୯ ତାରିଖରୁ ସବଜେକ୍ଟଟିଭ ପେପର ଗୁଡିକର ମୂଲ୍ୟାୟନ ଆରମ୍ଭ ହୋଇଯିବ । ଖାତା ଦେଖା ପାଇଁ ୫୨ଟି ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ମେ’ ମାସ ୨ୟ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ସବୁ ପ୍ରକାରର ଚେଷ୍ଟା କରାଯାଉଛି ବୋଲି ବୋର୍ଡ ସଭାପତି କହିଛନ୍ତି

You might also like