ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଆଜି ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପାଞ୍ଚ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୫ ଟା ଠାରୁ ରାତି ୧୦ ଟା ଯାଏଁ ପାଞ୍ଚ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦଇତାପତି ସେବାୟତ ମାନେ ତିନି ଭାଗରେ ବିଭକ୍ତ ହୋଇ ରତ୍ନସିଂହାସନ ଉପରେ ଚଢି ମହାପ୍ରଭୁଙ୍କ ଏହି ଗୁପ୍ତ ସେବା କରିଥାନ୍ତି । ଦ୍ଵିତୀୟ ଭୋଗମଣ୍ଡପ ସରିବାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ । ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ବର୍ଷକୁ ପ୍ରାୟ ଦୁଇଥର ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ ।

You might also like