ଡିସେମ୍ବର ୧ରୁ ଶସ୍ତା ହୋଇପାରେ ଏଲ୍‌ପିଜି ଗ୍ୟାସ୍‌

ପ୍ରତି ମାସର ପ୍ରଥମ ତାରିଖକୁ ନେଇ ଦେଶବାସୀ ସାମାନ୍ୟ ଭୟଭୀତ ହୋଇପଡିଥାନ୍ତି। କାରଣ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ସମ୍ପର୍କୀତ ଯାହାକିଛି ବି ବଡ଼ ଘଟଣା ଘଟେ ସେସବୁ ପ୍ରତ୍ୟେକ ମାସର ପହିଲା ତାରିଖରେ ହିଁ ଦେଖିବାକୁ ମିଳିଥାଏ। ତେବେ ଡିସେମ୍ବର ୧ ତାରିଖରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି। ଏହି ପରିମାଣର ହ୍ରାସ ନିଶ୍ଚିତ ଭାବରେ ଗ୍ରାହକମାନଙ୍କୁ ମୁଦ୍ରାସ୍ଫୀତିରୁ କିଛି ଆଶ୍ୱସ୍ତି ପ୍ରଦାନ କରିବ। ମୂଲ୍ୟ ହ୍ରାସ ସମ୍ପର୍କରେ ଏପର୍ଯ୍ୟନ୍ତ କେହି ମତାମତ ଦେଇନାହାଁନ୍ତି। ଗଣମାଧ୍ୟମ ରିପୋର୍ଟରେ ଏପରି ଦାବି କରାଯାଉଛି। ଯଦି ମୂଲ୍ୟ ହ୍ରାସ ପାଏ, ତେବେ ଗ୍ରାହକମାନେ କେତେ ଟଙ୍କାରେ ଏଲପିଜି ସିଲିଣ୍ଡର କିଣିପାରିବେ?ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ବର୍ତ୍ତମାନ ୮୭୯ ଟଙ୍କାରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳୁଛି। ଏଥିରେ ୨୦ ଟଙ୍କା ହ୍ରାସ ହେଲେ ୮୫୯ ଟଙ୍କାରେ ମିଳିବ ଗ୍ୟାସ।

You might also like