କମିଲା ରେପୋ ରେଟ୍, କମିବ EMI ସୁଧ ହାର

କମିବ ଇଏମଆଇ, କମ ସୁଧରେ ଆପଣ ପାଇବେ ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହାର ମୁଦ୍ରାନୀତି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି, ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ୫.୨୫ ପ୍ରତିଶତ ହୋଇଛି ରେପୋ ରେଟ୍ । ସାଧାରଣ ଲୋକଙ୍କ ପାଇଁ ଏହା ବଡ଼ ଆଶ୍ବସ୍ତି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ । EMI ଶସ୍ତା ହେବ । ରେପୋ ରେଟ୍ କମିବା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ ଋଣ ଏବଂ ଗାଡ଼ି ଋଣ ଉପରେ ସୁଧ ହାର କମାଇବେ ।ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, “ଗତ ମାସଟି ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ଥିଲା, କିନ୍ତୁ ଆଗାମୀ ମାସଗୁଡ଼ିକ ଜିଡିପି ଏବଂ ମୁଦ୍ରାସ୍ଫୀତି ଉଭୟ ଦୃଷ୍ଟିରୁ ଭଲ ହେବ। ସମ୍ପୂର୍ଣ୍ଣ ବର୍ଷ ପାଇଁ ଆମର ମୁଦ୍ରାସ୍ଫୀତି ୨ ପ୍ରତିଶତ ରହିବା ନେଇ ପୂର୍ବାନୁମାନ ରହିଛି । ତେବେ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଜିଡିପି ଅଭିବୃଦ୍ଧି ୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।”ଯେଉଁ ଗ୍ରାହକମାନଙ୍କର ଲୋନ୍ ରେପୋ ରେଟ୍ ସହିତ ଯୋଡ଼ା ହୋଇଛି, ସେମାନେ ତୁରନ୍ତ ଏହାର ଲାଭ ପାଇବେ । ସେହିପରି ଋଣ ଶସ୍ତା ହେବା ସହିତ ଫିକ୍ସ ଡିପୋଜିଟ୍ ବା FD ଉପରେ ମିଳୁଥିବା ସୁଧ ହାର ମଧ୍ୟ ସାମାନ୍ୟ କମିପାରେ ।

You might also like