ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେଲା ପୋଲିସ
ରାଜ୍ୟକାହାଣୀ ( ଭୁବନେଶ୍ୱର )ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୀତବାସ ମର୍ଡର ରିମାଣ୍ଡରେ ପୁଣି ୪ ଅଭିଯୁକ୍ତ । ୪ ଅଭିଯୁକ୍ତଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ ।କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ପୋଲିସ ୨ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି । ବୈଦ୍ୟନାଥପୁର ଥାନାରେ ଏସପି ସର୍ବଣା ବିବେକ ଏମ ଦୀର୍ଘ ସମୟ ଧରି ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରୁଥିବା ସୂଚନା ମିଳିଛି ।ଗୁରୁବାର ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଟିଆଇ ପରେଡ଼ ରିପୋର୍ଟ ଆସିଥିଲା । ରିପୋର୍ଟରେ ୮ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଦୁଇଜଣ ଅଭିଯୁକ୍ତଙ୍କୁ ସାକ୍ଷୀମାନେ ଚିହ୍ନଟ କରିଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୁଟର କୁରୂପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ । ଜେଏମଏଫସି (ଏଲ ଆର ଏବଂ ଏଲ ଟି ଭି) ବ୍ରହ୍ମପୁର ଦୀପିକା ବଡ଼ମାଳିଙ୍କ ଉପସ୍ଥିତିରେ ୫ଜଣ ସାକ୍ଷୀ ଦୁଇଟି ପର୍ଯ୍ୟାୟରେ ମୋଟ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଟିଆଇ ପରେଡ଼ ପ୍ରକ୍ରିୟା ହୋଇଥିଲା ।ତେବେ ସାକ୍ଷୀଙ୍କ ଦ୍ବାରା କେବଳ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ଚିହ୍ନଟ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।