ଭାରତ ସମେତ ସାରା ବିଶ୍ୱରେ A320 ବିମାନ ସେବା ପ୍ରଭାବିତ

ଦେଶରେ ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର । ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ବିମାନ ଏୟାରବସ A320 ଫ୍ୟାମିଲିର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଆବିଷ୍କାର ହୋଇଛି। ଏହା ଭାରତ ସମେତ ସାରା ବିଶ୍ୱରେ ହଜାର ହଜାର ଉଡ଼ାଣକୁ ପ୍ରଭାବିତ କରୁଛି। ଏକ ସଫ୍ଟୱେର୍‌ ତ୍ରୁଟି ଆବିଷ୍କାର ହେବା ପରେ, A320 ଫ୍ୟାମିଲିର ବିମାନକୁ ଗ୍ରାଉଣ୍ଡ କରାଯାଇଛି। ତା’ପରେ ସଫ୍ଟୱେର୍‌ ଅପଗ୍ରେଡ ହେବ, ଯାହା ଭାରତରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀ ଦ୍ୱାରା ପରିଚାଳିତ ଉଡ଼ାଣକୁ ପ୍ରଭାବିତ କରିବ। ଦେଶରେ ୫୬୦ରୁ ଅଧିକ ଏ ୩୨୦ ପ୍ଲେନ୍‌ ଉଡାଣ ଭରିଥାଏ । ଏଥିରୁ ପ୍ରାୟ ୨୦୦ରୁ ୨୫୦ ପ୍ଲେନରେ ତୁରନ୍ତ ଯାଞ୍ଚ ଏବଂ ପରିବର୍ତ୍ତନର ଆବଶ୍ୟକତା ରହିଛି । କିଛି ବିମାନରେ ସ୍ପପ୍ଟୱେର ବଦଳିବ । କିଛିରେ ହାର୍ଡୱେୟର ରିପ୍ଲେସ୍ କରାଯିବ । ତେଣୁ ପ୍ଲେନ୍‌କୁ ଗ୍ରାଉଣ୍ଡ କରିବାକୁ ପଡିବ । ତେଣୁ ଉଡ଼ାଣ ବିଳମ୍ବ କିମ୍ବା ବାତିଲ ହୋଇପାରେ । ୟୁରୋପିୟନ ୟୁନିୟନ ଏଭିଏସନ୍‌ ସେଫ୍ଟି ଏଜେନ୍ସିଂ ଏମରଜେନ୍ସିଂ ନୋଟିସ୍ ଜାରି କରି କହିଛି ପ୍ଲେନ୍‌ରେ ଏକ ଭଲ ଇଏଲଏସି କମ୍ପ୍ୟୁଟର ଲଗାଇବା ଜରୁରୀ ଯାହା ଫ୍ଲାଇଟ୍‌ କଣ୍ଟ୍ରୋଲ୍‌କୁ ସମ୍ଭାଳିବ ।ଏୟାରବସ୍‌ର ଜଣେ ଅଧିକାରୀଙ୍କ ଅନୁସାରେ ଯାନ୍ତ୍ରିକ ସମସ୍ୟାର ସମାଧାନ ପ୍ରକ୍ରିୟାରେ ମୋଟ୍ ୬୦୦୦ ବିମାନ ଉପରେ ପ୍ରଭାବ ପଡିବ ।

You might also like