DRDOକୁ ଏକ ବଡ଼ ସଫଳତା : ମଲ୍ଟି-ଲେୟାର୍ ବାଲିଷ୍ଟିକ ମିସାଇଲ୍ ଡିଫେନ୍ସ (BMD) କ୍ଷମତାର ସଫଳ ପରୀକ୍ଷଣ
ଦେଶର ସୁରକ୍ଷା କ୍ଷେତ୍ରରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)କୁ ଏକ ବଡ଼ ସଫଳତା ମିଳିଛି। ନିକଟରେ ଡିଆରଡିଓ ଏକ ମିସାଇଲ ପରୀକ୍ଷଣ କରିଛି । ଯାହା ଶତ୍ରୁର ବାଲିଷ୍ଟିକ୍ ମିସାଇଲକୁ ଟାର୍ଗେଟ୍ କରିପାରିବ । ଏପରିକି ଯୁଦ୍ଧ ଜାହାଜକୁ ଧ୍ୱଂସ କରିପାରିବ । ଏହି ମିଡିୟମ ରେଞ୍ଜର ମିସାଇଲ ଭାରତୀୟ ସେନାରେ ସାମିଲ ହେବା ପରେ ସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଯାହା ସମୁଦ୍ରରୁ ଭାରତ ପ୍ରତି ଥିବା ବିପଦକୁ ଉଚିତ ମୁକାବିଲା କରିପାରିବ ।ମଲଟି ଲେୟାରଡ୍ ବିଏମଡି ସିଷ୍ଟମର ପରୀକ୍ଷଣ ସଫଳ ହୋଇଛି । ଏହା ସଫଳତାର ସହ ଲକ୍ଷ୍ୟକୁ ଭେଦ କରିଛି । ଏଥିରେ ଅତି ଉନ୍ନତ ଲାଟେଷ୍ଟ୍ ଟେକନୋଲୋଜି ରହିଛି । ଏହି ପରୀକ୍ଷଣ ସହ ଭାରତ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ୍ କାପାବିଲିଟିଜ୍ ଗ୍ରୁପରେ ପ୍ରବେଶ କରିଛି ।ଆଗାମୀ ଦିନରେ ଆସୁଥିବା ନୂଆ ନୂଆ ମିସାଇଲ୍ ବିପଦକୁ ପ୍ରତିହତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ସିଷ୍ଟମକୁ ପ୍ରସ୍ତୁତ କରାଯାଇଛି। ଏହି ସଫଳ ପରୀକ୍ଷଣ ସହିତ ଭାରତ ବିଶ୍ୱର ସେହି ସୀମିତ ଦେଶମାନଙ୍କ ତାଲିକାରେ (Elite Group) ସାମିଲ ହୋଇଛି, ଯେଉଁମାନଙ୍କ ପାଖରେ ଆଇସିବିଏମ୍ (ICBM – Intercontinental Ballistic Missile) ଭଳି ଶକ୍ତିଶାଳୀ ବାଲିଷ୍ଟିକ ମିସାଇଲ୍କୁ ମଧ୍ୟ ଆକାଶରେ ଧ୍ୱଂସ କରିବାର କ୍ଷମତା ରହିଛି।