ଭୁବନେଶ୍ୱରରେ ବେଆଇନ ସିମ୍ ବକ୍ସ, ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ
ଭୁବନେଶ୍ୱର (ରାଜ୍ୟକାହାଣୀ )ଚାଇନାରୁ ହାର୍ଡୱେୟାର.. ବଂଲାଦେଶ ରୁ ସପ୍ଟୱେୟାର.. ଭାରତରୁ ସିମ.. ଓଡିଶାରୁ ଅପରେଟ |ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ କରିବା ସହ ୨ଜଣ କେରଳ ଯୁବକଙ୍କୁ ଅଟକ ରଖାଯାଇଛି । ଆସାମର ସିମ ଆଣି ଚଳାଉଥିଲେ ଯୁବକ । ଡିସିପି ଭୁବନେଶ୍ୱରଙ୍କ ନେତୃତ୍ୱରେ ଚଢାଉବେଳେ ବାଙ୍ଗଲାଦେଶରୁ ଏହି ସିମ୍ ବକ୍ସ ଆସିଥିବା ସୂଚନୂ ରହିଛି । ଓଡ଼ିଶାରେ ଫେକ ପରିଚୟ ପତ୍ର ଦେଇ ହଷ୍ଟେଲ ରେ ରୁମ ଭଡାକୁ ନେଇଥିଲେ | ପୋଲିସକୁ ଚକମା ଦେଇ ଦୀର୍ଘ ଦିନ ହେବ ଚାଲିଥିଲା ଏହିଭଳି ରାକେଟ | ଖବର ପାଇ ସ୍ପେଶାଲ ସ୍କୁଆର୍ଡ, ସାଇବର ଥାନା ପୋଲିସ, ସାଇଣ୍ଟଫିକ ଟିମ ଏବଂ ଚନ୍ଦ୍ରଶେଖରପୁର ଥାନା ପୋଲିସ ଚଢଉ କରିଥିଲେ|ସିମ୍ ବକ୍ସ ଜରିଆରେ ଆତଙ୍କୀ କାର୍ଯ୍ୟକଳାପ, ସାଇବର ଠକେଇ, ଏକ୍ସଟରସନ୍, ଧମକପୂର୍ଣ୍ଣ କଲ୍ କରାଯାଏ। ପୋଲିସ କମିଶନରଙ୍କ ଏଇ ସୂଚନା ପରେ ଆତଙ୍କୀ ଲିଙ୍କ ନେଇ ସନ୍ଦେହ ବଢୁଛି । ଗତ ସେପ୍ଟେମ୍ବର ମାସରେ ଓଡ଼ିଶା ଆସିଥିଲେ ମାଷ୍ଟରମାଇଣ୍ଡ ଆସାରୁଦ୍ଦୁର ଜମାନ ଓ ଏଜେଣ୍ଟ ରାଜୁ ମଣ୍ଡଳ । ଲିଙ୍ଗରାଜ ଅଞ୍ଚଳରେ ରହିବା ସହ ସିମ୍ ବକ୍ସ ରାକେଟ୍ ଚଳାଇବା ପାଇଁ ଉପଯୁକ୍ତ ସ୍ଥାନ ଖୋଜିଥିଲେ । କେଶୁରା ଅଞ୍ଚଳରେ ଘର ଭଡ଼ା ନେଇ ଆରମ୍ଭ ହୋଇଥିଲା `ଅପରେସନ୍ ସିମ୍ ବକ୍ସ’। ପୋଲିସ ଚକମା ଦେଇ ବସ୍ ଯୋଗେ ମ୍ୟୁଜିକ୍ ବକ୍ସ ଭିତରେ ସିମ୍ ବକ୍ସ, ରାଉଟର୍, ଫେକ୍ ସିମ୍ କାର୍ଡ ପଶ୍ଚିମବଙ୍ଗରୁ ଆଣିଥିଲା ରାଜୁ ମଣ୍ଡଳ ।