ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା

ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି। ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ହୋଇଛି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ସଠିକ୍ ତଦନ୍ତ ଦାବି କରିଛି କୋଶଳ ବାଦୀ ସଂଗଠନ । ଦିନେଶ ଆଉ ପ୍ରଶାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।ହ୍ୟୁମାନ ସାଗରଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ଵେ ତାଙ୍କୁ ଜୋର ଜବରଦସ୍ତି କାମ କରାଇ ତାଙ୍କୁ ପ୍ରାୟୋଜିତ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ହ୍ୟୁମାନ ସାଗରଙ୍କ ମା’ଙ୍କୁ ଦୁର୍ବ୍ୟବହାର କରି ଅପଶବ୍ଦ ବ୍ୟବହାର କରାଯାଇଥିବା ଏତଲାରେ ଦର୍ଶାଯାଇଛି।ଏହା ପୂର୍ବରୁ ହ୍ୟୁମାନଙ୍କ ମାଆ ବିସ୍ଫୋରକ ବୟାନ ଦେଇ କହିଥିଲେ ହ୍ୟୁମାନଙ୍କ ମୃତ୍ୟ ପାଇଁ ୩ ଜଣ ଦାୟୀ । ଜଣେ ମହିଳାଙ୍କ ସହ ଅନ୍ୟ ଦୁଇ ଯୁବକଙ୍କ ନାଁ ନେଇଥିଲେ ହ୍ୟୁମାନଙ୍କ ମାଆ। ପପୁ, ପ୍ରଶାନ୍ତ, ଅର୍ପିତା ଚୌଧୁରୀ ମୋ ପୁଅର ଜୀବନ ନେଇଛନ୍ତି। ଅର୍ପିତା ମୋ ପୁଅକୁ ଧୋକା ଦେଇଛି । ମାନସିକ ବିଷାଦ ଭିତରେ ରହୁଥିଲା ମୋ ପୁଅ। କାଲି ICU ଆସିଥିଲେ ଏମାନେ। ମୋ ପୁଅକୁ ଅର୍ପିତା ମାରିଛି ବୋଲି ଅଭିଯୋଗ କରିଥିଲେ ହ୍ୟୁମାନଙ୍କ ମାଆ।

You might also like