ବଡ଼ବାପାର ନାରକୀୟ କାଣ୍ଡ। ନିଜ ପୁଅ ପରି ପୁତୁରାକୁ ଅନ୍ଧବିଶ୍ୱାସ
ରାଜ୍ୟ କାହାଣୀ (ଭୁବନେଶ୍ୱର )ବଡ଼ବାପାର ନାରକୀୟ କାଣ୍ଡ। ନିଜ ପୁଅ ପରି ପୁତୁରାକୁ ଅନ୍ଧବିଶ୍ୱାସ ନାଁରେ ବଳି ଚଢ଼ାଇଦେଲା। ତାହା ପୁଣି ଏହି ହତ୍ୟାକାଣ୍ଡ ଏତେ ଭୟଙ୍କର ଥିଲା ଯେ, ନିଜ ପୁତୁରାର ଗଣ୍ଡିରୁ ମୁଣ୍ଡକୁ କାଟି ଅଲଗା କରିଦେଲା।ଏହି ମାମଲାରେ ନୂଆପଡ଼ ଅତିରିକ୍ତ ଦୌରାଜଜ୍ ସୁନୀଲ କୁମାର ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଚିନ୍ତାମଣି ମାଝୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନାମୁତାବକ ୨୦୧୯ ଅଗଷ୍ଟ ୮ରେ କୋମନା ଥାନା ଜଡ଼ାମୁଣ୍ଡା ଗାଁର ଚିନ୍ତାମଣି ନିଜ ନାବାଳକ ପୁତୁରା ଧନସିଂ ମାଝୀଙ୍କୁ ଗଛ କାଟିବା ପାଇଁ ଚାଷଜମିକୁ ଡାକି ଥିଲେ । ପୂର୍ବରୁ ସେଠି ଗୁଣି ଗାରେଡ଼ି କରି ଭଲ ଚାଷ ଅମଳ ପାଇଁ ପୂଜାପାଠ କରିଥିଲେ । ଧନସିଂ ଗଛ କାଟିବା ସମୟରେ ଚିନ୍ତାମଣି ପଛପଟୁ ଏକ ଧାରୁଆ କାତିରେ ଆକ୍ରମଣ କରିଥିଲେ। ସେଠି ଘଟଣା ସ୍ଥଳରେ ଧନସିଂଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ମୃତ୍ୟୁ ହୋଇଥିଲା । ଏନେଇ କୋମନା ଥାନା ପୁଲିସ କେଶ ନଂ ୧୩୮/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚିନ୍ତାମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୋଷୀ ଚିନ୍ତାମଣୀ ମାଝୀକୁ ଆଜୀବନ ଶୁଣାଇଛନ୍ତି ADJ କୋର୍ଟ।