ନବମ ଶ୍ରେଣୀ ଛାତ୍ର ପକେଟରୁ ବାହାରିଲା ବନ୍ଧୁକ

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଞ୍ଚଲ୍ୟ। ନବମ ଶ୍ରେଣୀ ଛାତ୍ର ପକେଟରୁ ବାହାରିଲା ବନ୍ଧୁକ। ଗଣିତ ସାର୍‌ ଯାଞ୍ଚ କରିବାବେଳେ ଛାତ୍ରଙ୍କ ଅଣ୍ଟାରୁ ବନ୍ଧୁକ ବାହାରିଛି। ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ପୁଲିସ୍‌ ବନ୍ଧୁକ ଜବତ କରିଛି। ଏବଂ ଜବତ ବନ୍ଧୁକକୁ ଫରେନସିକ୍ ଟେଷ୍ଟ ପାଇଁ ପଠାଇଛି। ଛାତ୍ରକୁ ସୁଧାର ଗୃହରେ ରଖି ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

You might also like