ଆଜି ପୁଣି ବଢ଼ିଲା ସୁନା ଓ ରୂପା ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୦,୨୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୯୮,୪୧୦ ଟଙ୍କା ରହିଛି । ଗତକାଲି ଅର୍ଥାତ ଗୁରୁବାର ଅପେକ୍ଷା ଶୁକ୍ରବାର ଦର ବୃଦ୍ଧି ପାଇଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୨୦୦ ଟଙ୍କାକୁ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୮, ୪୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ହଜାର ୨୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮, ୫୫୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୩୫୦ ଟଙ୍କା ରହିଛି । ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୯ ହଜାର ୯୦୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୧୯ ହଜାର ୯୦୦ ଟଙ୍କା ରହିଛି ।

You might also like