ତତ୍କାଳ ଟିକେଟ ବୁକିଂରୁ ATMରୁ ଟଙ୍କା ଉଠାଣରେ ବଦଳିଯିବ ୪ ବଡ଼ ନିୟମ !

ଜୁଲାଇ ମାସ ସହ ଅନେକ ବଡ଼ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ପରିବର୍ତ୍ତନ ଗୁଡ଼ିକ ରୋଷେଇ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡରର ମୂଲ୍ୟ ଠାରୁ କ୍ରେଡିଟ୍ କାର୍ଡ ବ୍ୟବହାର ଉପରେ ଚାର୍ଜ ବୃଦ୍ଧି ପର୍ଯ୍ୟନ୍ତ ସାମିଲ । ଏତିକି ନୁହେଁ, ଭାରତୀୟ ରେଳବାଇ ମଧ୍ୟ ଜୁଲାଇ ୧ରୁ ନିୟମ ପରିବର୍ତ୍ତନ କରିବାକୁ ଯାଉଛି।

ଭାରତୀୟ ରେଳବାଇ ଜୁଲାଇ ୧ରୁ ଟିକେଟ ଭଡ଼ା ବୃଦ୍ଧି କରିବ । ନନ୍‌-ଏସି କୋଚ୍‌ ପାଇଁ ପ୍ରତି କିଲୋମିଟରରେ ୧ ପଇସା ଏବଂ ଏସି କୋଚ୍‌ ପାଇଁ ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି କରାଯିବ। ଏହି ବୃଦ୍ଧି ଛୋଟ ଯାତ୍ରା ପାଇଁ ମାମୁଲି ହୋଇପାରେ, କିନ୍ତୁ ଦୀର୍ଘ ଦୂରତା ଯାତ୍ରୀମାନଙ୍କୁ ପ୍ରଭାବିତ କରିପାରେ।ଟିକେଟ ଦଲାଲମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ସ୍ବଚ୍ଛତା ବୃଦ୍ଧି କରିବା ପାଇଁ, IRCTC ତତ୍କାଳ ଟିକେଟ ବୁକିଂ ପ୍ରକ୍ରିୟାକୁ ସୁରକ୍ଷିତ କରିଛି। ଜୁଲାଇ ୧ରୁ କେବଳ ଆଧାର ଯାଞ୍ଚ ହୋଇଥିବା ବ୍ୟବହାରକାରୀଙ୍କୁ ତତ୍କାଳ ଟିକେଟ ବୁକ କରିବାକୁ ଅନୁମତି ଦିଆଯିବ। ଜୁଲାଇ ୧୫ରୁ ଟିକେଟ ବୁକିଂ ସମୟରେ OTP ଆଧାରିତ ଆଧାର ଯାଞ୍ଚ ବାଧ୍ୟତାମୂଳକ। ବୁକିଂ ଆରମ୍ଭ ହେବାର ମାତ୍ର 30 ମିନିଟ ପରେ ଏଜେଣ୍ଟମାନଙ୍କୁ ତତ୍କାଳ ଟିକେଟ ବୁକ୍‌ କରିବାକୁ ଅନୁମତି ଦିଆଯିବ। ସେହିପରି ଯଦି ଆପଣ ICICI ବ୍ୟାଙ୍କର ଗ୍ରାହକ, ତେବେ ATM ରୁ ଟଙ୍କା ଉଠାଇବା ଏବେ ସୀମିତ ଏବଂ ମହଙ୍ଗା ହୋଇପାରେ। ମେଟ୍ରୋ ସହରଗୁଡ଼ିକରେ 3ଟି ମାଗଣା କାରବାର ପରେ, ପ୍ରତି ନଗଦ କାରବାର ପାଇଁ ୨୩ ଟଙ୍କା ଏବଂ ଅଣନଗଦ କାରବାର ପାଇଁ ୮.୫ ଟଙ୍କା ରହିଛି। ଅଣ-ମେଟ୍ରୋ ସହରରେ ୫ଟି ମାଗଣା କାରବାର କରାଯାଇଛି।

You might also like