ଜାଲ ନୋଟ୍ ଦେଇ ଦୋକାନୀଙ୍କୁ ଭୂତାଉଥିଲେ ମହିଳା,ଶହେ ଦୁଇ ଶହରୁ ନେଇ ରହିଛି ପାଞ୍ଚ ଶହ ଟଙ୍କିଆ ନୋଟ୍

ଜାଲ ନୋଟ୍ ଦେଇ ଦୋକାନୀଙ୍କୁ ଭୂଆଁ ବୁଲାଇଲେ ମହିଳା । ପୁରୀ ମାଟିଆପଡ଼ାର ଅରୁଣ କୁମାର ସାହୁ ନାମକ ଜଣେ ଦୋକାନୀଙ୍କ ଠାରୁ ଆଇସକ୍ରିମ କିଣିଥିଲେ ଉକ୍ତ ମହିଳା । ତେବେ ୪୦ ଟଙ୍କାର ଆଇସକ୍ରିମ ଖାଇ ୨୦୦ ଟଙ୍କାର ନୋଟ ଦେଇଥିଲେ ।ବାକି ୧୬୦ ଟଙ୍କା ଫେରାଇ ଥିଲେ ଦୋକାନୀ । ନୋଟ ଉପରେ ଦୋକାନୀ ଙ୍କ ସନ୍ଦେହ ହେବାରୁ ମହିଳାଙ୍କୁ ଧରିଥିଲେ। ସ୍ଥାନୀୟ ଲୋକ ପୋଲିସର ଜିମା ଦେବା ପରେ ଏହି ଟଙ୍କା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସଫେଇ ଦେଇଛନ୍ତି ମହିଳା। କିନ୍ତୁ ମହିଳା ଏଭଳି ବାରମ୍ବାର ଚଞ୍ଚକତା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।କେବଳ ଯେ, ପୁରୀରେ ଏଭଳି ଘଟଣା ଘଟୁଛି ତାହା ନୁହେଁ, ଏହା ପୂର୍ବରୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରୁ ଜାଲ୍‌ ନୋଟ କାରବାର ଘଟଣା ସାମ୍ନାକୁ ଆସିଥିଲା। ଥାକ ହୋଇ ଥୁଆ ହୋଇଥିଲା ଟଙ୍କା । ଲକ୍ଷେ ୯୩ ହଜାର ଟଙ୍କା ।

You might also like