ଇଥିଓପିଆରେ ଫାଟିଲା ଜ୍ୱଳାମୁଖୀ; ଭାରତ ଆଡ଼କୁ ମାଡି ଆସିଲା ପାଉଁଶ

ଆଫ୍ରିକୀୟ ଦେଶ ଇଥିଓପିଆର ହେଲି ଗୁବି ଆଗ୍ନେୟଗିରି ଉଦ୍ଗୀରଣ ହୋଇଛି । ୧୦ ହଜାର ବର୍ଷ ପୁରୁଣା ୧୫୦ କିମି ଉପରକୁ ଉଠିଲା ଧୂଆଁ । ଜ୍ୱାଳାମୁଖୀ ପାଉଁଶ ଭାରତ ଆଡକୁ ମାଡ଼ି ଆସିଛି । ପାଉଁଶ ଦିଲ୍ଲୀରେ ପହଞ୍ଚିଛି । ଜୟପୁର, ଜୈସଲମେରରେ ପ୍ରଭାବିତ ହୋଇଛି । ଭାରତରୁ ଆବୁଧାବି ଯିବାକୁ ଥିବା ସମସ୍ତ ବିମାନ ସେବା ପ୍ରଭାବିତ ହୋଇଛି । ଭାରତର ପ୍ରମୁଖ ଏୟାରପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି । ବିମାନ କମ୍ପାନୀ ସହ ଯୋଗାଯୋଗ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଏୟାରଲାଇନ୍ସକୁ ସତର୍କ କରାଇଛି ଡିଜିସିଏ ।ପ୍ରଦୂଷଣ ପାଇଁ ରନୱେ ଯାଞ୍ଚ କରିବାକୁ ଏବଂ ଆବଶ୍ୟକ ହେଲେ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ବିମାନବନ୍ଦରଗୁଡ଼ିକୁ କୁହାଯାଇଛି। ବୈଜ୍ଞାନିକଙ୍କ ମତରେ, ପୃଷ୍ଠ ବାୟୁ ଗୁଣବତ୍ତା ବିଶେଷ ପ୍ରଭାବିତ ହେବ ନାହିଁ, କିନ୍ତୁ ଅଧିକ ଉଚ୍ଚତାରେ ବିମାନ ଯାତ୍ରା ବିପଦରେ ରହିବ।​​​​​​​ସୂଚନାନୁସାରେ, ସୋମବାର ଇଥିଓପିଆରେ ଏକ ଜ୍ୱାଳାମୁଖି ବିସ୍ଫୋରଣ ହୋଇଥିଲା । ପ୍ରାୟ ୧୦ ହଜାର ବର୍ଷ ପରେ ଇଥିଓପିଆରେ ଥିବା ହଲି ଗୁବି ଆଗ୍ନେୟଗିରିରେ ଲାଭା ବାହାରକୁ ଆସିଥିଲା । ପ୍ରଥମେ ଏଥିରୁ ବାହାରିଥିବା ଧୂଆଁ ଏବଂ ପାଉଁଶ ୟେମେନ୍ ଏବଂ ଓମାନରେ ପହଁଚିଥିଲା । ପରେ ଏହା ଭାରତ ଆଡେ ମୁହାଁଇଛି । ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଭାରତ ଆଡକୁ ଆସୁଛି ।

You might also like