ଶ୍ରୀମନ୍ଦିରର ଟଙ୍କ ତୋରାଣି ବା ଅବଢ଼ା ତୋରାଣି

ରାଜ୍ୟ କାହାଣୀ (ଭୁବନେଶ୍ୱର )ଟଙ୍କ ତୋରାଣିକୁ ଅବଢ଼ା ତୋରାଣି ମଧ୍ୟ କୁହାଯାଇଥାଏ। ଏହା ଶ୍ରୀମନ୍ଦିରର ଆନନ୍ଦ ବଜାରରେ ମିଳୁଥିବା ଏକ ପାନୀୟ। ଏହି ତୋରାଣି ରନ୍ଧା ଅବଢ଼ା ଅନ୍ନରେ ଦହି, କଞ୍ଚା ଲଙ୍କା, ଲେମ୍ବୁ, ଅଦା, ଭୃଷୁଙ୍ଗ ପତ୍ର ଓ ଜିରା ଗୁଣ୍ଡ ଆଦି ମିଶାଇ ପ୍ରସ୍ତୁତ କରାଯାଏ। ରଥଯାତ୍ରା ସମୟରେ ବଡ଼ଦେଉଳରୁ ମାଉସୀ ମା’ ମନ୍ଦିର ଯାଏ ରଥ ଟାଣି ନେଲାବେଳେ ଲୋକମାନଙ୍କୁ ସେବନ ପାଇଁ ଏହି ଟଙ୍କ ତୋରାଣୀ ପରସାଯାଇଥାଏ।୧୫୧୨ ମସିହାରେ କବୀରଙ୍କ ପୁରୀ ଆଗମନ ସମୟରେ ଭକ୍ତମାନଙ୍କୁ ଟଙ୍କ ତୋରାଣି ପରସାଯିବା କବୀର ଚଉରା ମଠରେ ଲିପିବଦ୍ଧ ହୋଇଛି।

You might also like