ଏବେ ଥମିବନି ମହାଯୁଦ୍ଧ, ୪ ସପ୍ତାହ ଯାଏ ଜାରି ରହିବ ଲଢ଼େଇ: ଟ୍ରମ୍ପ

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଆମେରିକା ଏବେ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି। ଏକ ବଡ଼ ଆକ୍ରମଣରେ, ଆମେରିକୀୟ ସେନା ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ(ଆଇ୍ଆର୍‌ଜିସି)ର ମୁଖ୍ୟାଳୟକୁ ଧ୍ୱଂସ କରିଥିବା ଦାବି କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଗତ ୪୭ ବର୍ଷ ମଧ୍ୟରେ ୧,୦୦୦ ରୁ ଅଧିକ ଆମେରିକୀୟଙ୍କ ମୃତ୍ୟୁ ପାଇଁ ଆଇ୍ଆର୍‌ଜିସି ଦାୟୀ। ଏହା ସହିତ ଆମେରିକା ଆଇ୍ଆର୍‌ଜିସିର ମୁଖ୍ୟାଳୟକୁ ଧ୍ୱଂସ କରିଥିବାରୁ ଭିଡିଓ ଜାରି କରିଛି ।ଆମେରିକା ରାଷ୍ଟ୍ରପତିଙ୍କ ଶପଥ ୩ ସୈନ୍ୟଙ୍କ ବଳିଦାନ ବେକାର ଯିବନି । ଇରାନଠାରୁ ନିଆଯିବ ପ୍ରତିଶୋଧ । ଇରାନର ୯ଟି ଯୁଦ୍ଧଜାହାଜ ଧ୍ୱଂସ ହୋଇଛି । ଆଗକୁ ଧ୍ବଂସଲୀଳା ଜାରି ରହିବ ବୋଲି କହିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଅପରେସନ୍ ଏପିକ୍ ଫ୍ୟୁରି’ ବିଷୟରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା ସେନା ଇରାନର ଶହ ଶହ ସ୍ଥାନରେ ଆକ୍ରମଣ କରିବା ସହ ୯ଟି ଯୁଦ୍ଧଜାହାଜକୁ ବୁଡ଼ାଇ ଦେଇଛି। ଆମେରିକାର ଲକ୍ଷ୍ୟ ପୂରଣ ନହେବା ଯାଏଁ ଏହି ଅଭିଯାନ ଚାଲିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ଯୁଦ୍ଧ ଆହୁରି ୪ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ମଧ୍ୟ ସେ କହିଛନ୍ତି ।ସେପଟେ ଏହି ଯୁଦ୍ଧରେ ପ୍ରାଣ ହରାଇଥିବା ୩ଜଣ ଆମେରିକୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଟ୍ରମ୍ପ୍ । ଏହା ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଆମେରିକୀୟ ସୈନ୍ୟଙ୍କ ଜୀବନହାନି । କାରଣ ଭେନେଜୁଏଲାର ଏକଛତ୍ରବାଦୀ ନିକୋଲାସ ମାଦୁରୋ ଏବଂ ଇରାନୀ ପରମାଣୁ ପ୍ରତିଷ୍ଠାନ ଉପରେ ପୂର୍ବ ବୋମା ବିସ୍ଫୋରଣରେ କୌଣସି ମୃତ୍ୟୁ ହୋଇନଥିଲା ।

You might also like