୫୨୪୮ ଡାକ୍ତର ପଦବୀ ପୂରଣ ପାଇଁ OPSCକୁ ଚିଠି-ସ୍ୱାସ୍ଥ୍ୟମନ୍ତ୍ରୀ
ରାଜ୍ୟକାହାଣୀ ( ଭୁବନେଶ୍ୱର )ଓଡ଼ିଶାରେ ଡାକ୍ତର ମରୁଡ଼ି, ଠିକାରେ ଚାଲିଛି ଡାକ୍ତରୀ ସେବା । ୬୦ ପ୍ରତିଶତ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡ଼ିଛି । ଏନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ଦେଇଛନ୍ତି । ମଞ୍ଜୁରୀପ୍ରାପ୍ତ ୧୫୭୭୪ରୁ ଖାଲି ପଡ଼ିଛି ୯୫୦୩ ଡାକ୍ତର ପଦବୀ । କାର୍ଯ୍ୟରତ ଅଛନ୍ତି ୬୨୭୧ ଡାକ୍ତର, ଏମାନଙ୍କ ଭିତରୁ ୧୧୩୫ ଠିକା ନିଯୁକ୍ତି । ସ୍ଥାୟୀ ନିଯୁକ୍ତି ୫୦୦୩ ଡାକ୍ତର, ୫୨୪୮ ପଦବୀ ପୂରଣ ପାଇଁ OPSCକୁ ଚିଠି ।ସରକାରୀ ମେଡିକାଲ କଲେଜରେ ପ୍ରାଧ୍ୟାପକ ମରୁଡି । ୪୨୧ଜଣ ପ୍ରାଧ୍ୟପକ, ସହକାରୀ ପ୍ରାଧ୍ୟାପକ ଓ ସହାୟକ ପ୍ରାଧ୍ୟାପକ ପଦବୀ ପୂରଣ କରିପାରି ନାହାଁନ୍ତି ସରକାର । ଖାଲିପଡିଥିବା ଡାକ୍ତର ପଦବୀ ଗୁଡିକୁ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଚୟନ, ବିଭାଗୀୟ ପଦୋନ୍ନତି ତଥା ଚୁକ୍ତିଭିତ୍ତିକ ନିଯୁକ୍ତି ଦ୍ୱାରା ଯଥା ସମ୍ଭବ ପୂରଣ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।