ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ, ଅବସର ନେଲେ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦିୱେଦୀ

ଜେନେରାଲ ଉପନ୍ଦ୍ରେ ଦ୍ବିବେଦୀଙ୍କ ସ୍ଥାନ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ । ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ । ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ ବା NDAର ପୂର୍ବତନ ସ୍ନାତକ ଜେନେରାଲ୍ ଧୀରଜ ସେଠ୍ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ପରେ ଦେଶର ୩୧ତମ ସେନା ମୁଖ୍ୟ। ତାଙ୍କର କାର୍ଯ୍ୟକାଳ ୩୧ ଅଗଷ୍ଟ, ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଧୀରଜ ସେଠ ପ୍ରାୟ ଚାରି ଦଶନ୍ଧିର ସାମରିକ ଅଭିଜ୍ଞତା ରହିଛି। ସେ ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମୋର୍ଚ୍ଚାରେ ଦାୟିତ୍ୱ ତୁଲାଇଛନ୍ତି।

ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA), ଖଡକ୍ୱାସଲାର ପୂର୍ବତନ ଛାତ୍ର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଡିସେମ୍ବର ୧୯୮୬ରେ ଆର୍ମର୍ଡ କୋରରେ କମିଶନ କରାଯାଇଥିଲା। ତାଙ୍କର ଦୀର୍ଘ ସାମରିକ କ୍ୟାରିୟର ମଧ୍ୟରେ, ସେ ମରୁଭୂମି ଅଞ୍ଚଳରେ ଅପରେଶନଠାରୁ ଆରମ୍ଭ କରି ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦ ବିରୋଧୀ ମିଶନ ପର୍ଯ୍ୟନ୍ତ ଅନେକ ଚ୍ୟାଲେଞ୍ଜିଂ କାର୍ଯ୍ୟ ସମ୍ପାଦନ କରିଛନ୍ତି।ଜେନେରାଲ ଧୀରଜ ସେଠ୍ ଦାୟିତ୍ବ ଗ୍ରହଣ କରିବା ପରେ ଅବସର ନେଲେ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦିୱେଦୀ । ଭାରତୀୟ ସେନାର ପ୍ରସ୍ତୁତି ଓ ଆଧୁନିକ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରି ଜେନେରାଲ୍ ଦିୱେଦୀ ଆନୁଷ୍ଠାନିକ ଭାବେ ସେନା ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଛନ୍ତି ।ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଗତ ଏପ୍ରିଲରୁ ଭାରତୀୟ ସେନାର ଉପ-ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ ।

You might also like