ରାଜ୍ୟ କାହାଣୀ (ଭୁବନେଶ୍ୱର )ଦିଲ୍ଲୀରୁ ଆସିଥିବା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଓଡିଶା ବୁଲିବାକୁ ଆସିଥିବା ବେଳେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବିରଜା ପୀଠ ଦର୍ଶଶନ କରି ଫେରୁଥିବା ବେଳେ ଅସଦାଚରଣ ଅଭିଯୋଗ ହୋଇଛି । ସୂଚନାମୁତାବକ ଦଶରଥପୁର ଥାନା ଅଧୀନସ୍ତ ତରାଙ୍ଗ ସାଗରପୁର ଗ୍ରାମର ଯୁବତୀ ତାଙ୍କ ବାପାଙ୍କ ଶ୍ରାଦ୍ଧ ପ୍ରଦାନ ପାଇଁ ଆସିଥିବା ବେଳେ ତାଙ୍କ ସହ ଆସିଥିଲେ ତାଙ୍କ ଦିଲ୍ଲୀ ବାନ୍ଧବୀ । ଉଭୟ ଦିଲ୍ଲୀରେ ପାଠ ପଢ଼ୁଥିବା ବେଳେଯୁବତୀଙ୍କ ସହ ତାଙ୍କ ବାନ୍ଧବୀ ଓଡିଶା ବୁଲିବାକୁ ଆସିଥିଲେ । ଗତ କାଲି ସନ୍ଧ୍ୟା ସମୟରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଦର୍ଶନ ପାଇଁ ଆସିଥିଲେ।
ଦର୍ଶନ ସାରି ବସ ଯୋଗେ ଘରକୁ ଫେଉଥିବା ବେଳେ ଭଦ୍ରକ ପଡିଆ ସିମେଣ୍ଟ ଗୋଡାଉନ ପାଖରେ ଦୁଇ ଯୁବତୀଙ୍କୁ ଅନିଲ ଜେନା ଏବଂ ନୀତେଶ ଜେନା ନାମକ ଦୁଇ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ଦୁଇ ଯୁବକ ଯୁବତୀଙ୍କ ବାନ୍ଧବୀଙ୍କୁ ଅଟକାଇ ଅସଭ୍ୟ ଭାଷା କହିବା ସହ ତାଙ୍କ ହାତ ଏବଂ ପିନ୍ଧି ଥିବା ବସ୍ତ୍ର କୁ ଟଣା ଓଟରା କରଥିବା ଦଶରଥପୁର ଥାନଦା ଭଦ୍ରଖ ପଡ଼ିଆରେ ଅଭିଯୋଗ ହୋଇଛି ।