ପ୍ରତି ମାସରେ ସାମି ତାଙ୍କ ପତ୍ନୀଙ୍କୁ ଦେବେ ୪ ଲକ୍ଷ

ଭାରତୀୟ ଫାଷ୍ଟବୋଲର ମହମ୍ମଦ ସାମିଙ୍କ ପାଇଁ ଏହା ଶକ୍ତ ଝଟ୍‌କା। ତାଙ୍କ ପୂର୍ବ ପତ୍ନୀ ଓ କନ୍ୟାଙ୍କୁ ଭରଣ ପୋଷଣ ପାଇଁ ମାସିକ ମୋଟ ୪ ଲକ୍ଷ ଟଙ୍କା ଦେବା ପାଇଁ ସାମିଙ୍କୁ ମଙ୍ଗଳବାର କଲକାତା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।ଜଷ୍ଟିସ୍ ଅଜୟ କୁମାର ମୁଖାର୍ଜୀ ଏହି ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ସାମିଙ୍କ ଠାରୁ ତାଙ୍କ ପତ୍ନୀ ହସିନ ଜହାଁ ଓ ଝିଅ ଅଲଗା ରହୁଛନ୍ତି। ସେମାନେ ଭରଣପୋଷଣ ପାଇବାକୁ ହକଦାର୍। ଏହାଦ୍ଵାରା ତାଙ୍କ ଝିଅର ଭବିଷ୍ୟତ ସୁଧାର ହୋଇପାରିବ। ତେଣୁ ସାମି ତାଙ୍କ ପତ୍ନୀଙ୍କୁ ପ୍ରତି ମାସ ଦେଢ ଲକ୍ଷ ଏବଂ ତାଙ୍କ ଝିଅକୁ ଅଢେଇ ଲକ୍ଷ ଟଙ୍କା ଭରଣପୋଷଣ ଦେବେ।

You might also like