ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ୍ ମାପଚୁପ

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ସରକାରୀ ଭାବେ ମାପଚୁପ ।୩ ଜଣ ଅମିନ ଓ ୩ ଜଣ ଆରଆଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସରକାରୀ ଜମି ଜବରଦଖଲ କରି ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ ଅଧିନ ପନ୍ତୁରୀ ଠାରେ ଫାର୍ମ ହାଉସ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ୩୦ଦିନିଆ ନୋଟିସ୍ ଜାରି କରାଯାଇଥିଲା । ଏହି ନୋଟିସ୍ ପାଇବା ପରେ ପ୍ରଣବ ଓକିଲ ଜରିଆରେ ହାଇକୋର୍ଟରେ ଆବେଦନ କରିବା ସହ ତାଙ୍କର ୧୨ ଏକର ୮୮ ଡିସିମିଲ ଜମି ଚିହ୍ନଟ କରିବାକୁ ପ୍ରାର୍ଥନା କରିଥିଲେ । ଏଥି ସହିତ ପ୍ରଣବଙ୍କ ଜମି ଚିହ୍ନଟ ନସରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଉଚ୍ଛେଦ ନ କରିବାକୁ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ । ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ମାପଚୁପ କରି ପ୍ରଣବଙ୍କ ଜମି ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି | ଏପଟେ ଯଦି ଫାର୍ମ ହାଉସ ନିଜ ଜମିରେ କରିଛନ୍ତି ତେବେ ରାତି ଅଧିଆ ଫାର୍ମ ହାଉସରେ ଥିବା ଘରର ଛାତ କିଏ ଭାଙ୍ଗି କାହିଁକି ନେଇଗଲେ ବୋଲି ଚର୍ଚ୍ଚା ଜୋର ଧରିଛି।

You might also like