ଉଚ୍ଚ ରକ୍ତ ଚାପ ରୋଗୀ ନଡିଆ ପାଣି କାହିଁକି ପିଇବା ଉଚିତ୍
ରାଜ୍ୟ କାହାଣୀ (ଭୁବନେଶ୍ୱର )ନଡ଼ିଆ ପାଣିରେ ଗ୍ଲୁକୋଜ଼, ଆମିନୋ ଏସିଡ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଅନେକ ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଥାଏ ।
ପୋଟାସିୟମରେ ଭରପୂର : ଅନେକ ଲୋକ ଡାଏଟ କରୁଛନ୍ତି ସତ କିନ୍ତୁ ସେମାନଙ୍କୁ ଉଚିତ୍ ମାତ୍ରାରେ ପୋଟାସିୟମ୍ ମିଳି ନଥାଏ । ପରିସ୍ରା ମାଧ୍ୟମରେ ଅତିରିକ୍ତ ସୋଡିୟମକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ନଡିଆ ପାଣି ପିଇବା ଦ୍ବାରା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ ।
ଧମନୀକୁ ସଫା ରଖେ : ନଡିଆ ପାଣି କୋଲେଷ୍ଟ୍ରୋଲ ବୃଦ୍ଧିରେ ନିୟନ୍ତ୍ରଣ ଆଣିଥାଏ । ଯାହାଫଳରେ ଚର୍ବି ଧମନୀରେ ଜମାଟ ବାନ୍ଧି ନଥାଏ । ତେଣୁ ପ୍ରତିଦିନ ନଡିଆ ପାଣି ପିଇବା ଉଚିତ୍ ।
ସୋଡିୟମକୁ ନିୟନ୍ତ୍ରଣ ରଖେ : ସୋଡିୟମ୍ କାରଣରୁ ଉଚ୍ଚ ରକ୍ତଚାପ ବୃଦ୍ଧି ହୋଇଥାଏ । ଶରୀରରେ ସୋଡିୟମ୍ ବଢିବା ଦ୍ବାରା ହାର୍ଟ ଉପରେ ପ୍ରଭାବ ପଡିଥାଏ । ନଡିଆ ପାଣି ନିୟମିତ ପିଇବା ଦ୍ବାରା ସୋଡିୟମର ମାତ୍ରାକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ ।