ଯୁକ୍ତଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର !ବଢ଼ିଲା ଫର୍ମ ଫିଲ୍‌ଅପ୍‌ ଅବଧି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଏକ୍ସ-ରେଗୁଲାର୍ ଯୁକ୍ତଦୁଇ ପରୀକ୍ଷାର୍ଥୀଙ୍କ ଫର୍ମ ଫିଲ୍‌ଅପ୍‌ ଅବଧି ବଢ଼ାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ଏଣିକି ବିନା କୌଣସି ଫାଇନ୍‌ରେ ଆସନ୍ତା ୧୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଫର୍ମ ଫିଲ୍‌ଅପ୍‌ କରିପାରିବେ ।ପୂର୍ବରୁ ଫର୍ମ ଫିଲ୍‌ଅପ୍‌ର ଶେଷ ତାରିଖ ୯ ଅକ୍ଟୋବର ଧାର୍ଯ୍ୟ କରାଯାଇଥିଲା । ଏବେ ଏହାକୁ ଆଉ ୩ ଦିନ ବଢ଼ାଇ ୧୨ ଅକ୍ଟୋବର କରାଯାଇଛି ।କଳା, ବାଣିଜ୍ୟ ଓ ବିଜ୍ଞାନ ସହିତ ଭୋକେସନାଲ୍‌ ଏବଂ କରେସ୍ପଣ୍ଡେନ୍ସ କୋର୍ସର ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସୁଯୋଗ ପାଇପାରିବେ ।

କଲେଜ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ ପକ୍ଷରୁ ଫର୍ମ ଫିଲ୍‌ଅପ୍‌ ସମୟସୀମା ବଢ଼ାଇବାକୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧକୁ ବିଚାର କରି CHSE ଫର୍ମ ଫିଲ୍‌ଅପ୍‌ ଅବଧି ବୃଦ୍ଧି କରିଛି ।
CHSE ପକ୍ଷରୁ ୮ ଅକ୍ଟୋବର ୨୦୨୬ରେ ଜାରି ହୋଇଥିବା ନୋଟିଫିକେସନ୍‌ରେ ଏହି ସୂଚନା ଦିଆଯାଇଛି । ତେବେ ଫର୍ମ ଫିଲ୍‌ଅପ୍‌ର ଅନ୍ୟ ସମସ୍ତ ତାରିଖ, ଫି’ ଏବଂ ପୂର୍ବରୁ ଜାରି ହୋଇଥିବା ନିୟମାବଳୀ ଅପରିବର୍ତ୍ତିତ ରହିବ ବୋଲି ସ୍ପଷ୍ଟ କରାଯାଇଛି ।

You might also like